ବିଦ୍ରୋହୀ ବିଧାୟକଙ୍କୁ ସମନ ପଠାଇଲେ କର୍ଣ୍ଣାଟକା ବାଚସ୍ପତି

ବେଙ୍ଗାଲୁରୁ: କର୍ଣ୍ଣାଟକାରେ କ୍ଷମତାସୀନ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ୧୨ ଜଣ ବିଧାୟକଙ୍କୁ ଆଜି ବାଚସ୍ପତି କେଏମ ରମେଶ କୁମାର ସମନ କରିଛନ୍ତି। ଆସନ୍ତାକାଲି ଦିନ ୧୧ଟା ବେଳେ ଏହି ବଧାୟକମାନେ ତାଙ୍କୁ ଦେଖା କରିବେ ବୋଲି ସେ କହିଛନ୍ତି।

ରମେଶ କୁମାର କହିଛନ୍ତି, “ବିଧାୟକମାନଙ୍କ ଇସ୍ତଫାପତ୍ର ଠିକ୍‌ ଭାବେ ଲେଖାଯାଇ ନାହିଁ। ତେଣୁ ମୁଁ ସେମାନଙ୍କୁ ଦେଖା କରିବାକୁ କହିଛି। ସେମାନଙ୍କୁ ସମୟ ଦେଇଛି। ଏହାକୁ ନେଇ ଅନ୍ୟ କୌଣସି ଅର୍ଥ ବାହାର କରିବା ଉଚିତ ନୁହେଁ। କାରଣ ସବୁ କଥା କେବଳ ନିୟମ ଅନୁସାରେ ହେବ। ଏଥିସହ ଆଜି ସନ୍ଧ୍ୟା ସୁଦ୍ଧା ବିଧାନସଭାରେ ଆସ୍ଥା ଭୋଟ ଶେଷ ହେବ।”

ବିଦ୍ରୋହୀ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ କଂଗ୍ରେସ ଓ ଜେଡିଏସ ମେଣ୍ଟ ପକ୍ଷରୁ ବାଚସ୍ପତିଙ୍କୁ ସୁପାରିସ କରାଯାଇଛି। ତେଣୁ ବାଚସ୍ପତି ବିଧାୟକମାନଙ୍କୁ ସମନ କରିଥିବା କୁହାଯାଉଛି।