ନିବେଶକଙ୍କ ପାଇଁ ଖୁସି ଖବର: ସେୟାର ବଜାରରେ ଧମାକା , ପାରି ହୋଇଗଲା ୩୫ ହଜାର ପଏଣ୍ଟ    

ମୁମ୍ବାଇ: ରେକର୍ଡ ରଚିଛି ଭାରତୀୟ ସେୟାର ବଜାର।  ପ୍ରଥମ ଥର ପାଇଁ ସେନ୍ସେକ୍ସ ପାର କରିଛି ୩୫ ହଜାର ପଏଣ୍ଟ।  ଏଥିସହ ନୂଆ ବର୍ଷରେ ସେୟାର ବଜାର ଆଣିଛି ବ୍ୟବସାୟୀଙ୍କ ପାଇଁ  ଖୁସିର ଲହରି।  ପ୍ରଥମ ଥର ପାଇଁ ସେୟାର ବଜାରର ଏହି ସଫଳତାକୁ ନେଇ ଉତ୍ସାହିତ ସେୟାର ହୋଲ୍ଡର।  ଏହାସହ ଭାରତୀୟ ସେନ୍ସେକ୍ସ ଇତିହାସରେ ପ୍ରଥମ ଥର ପାଇଁ ଏକାବେଳକେ ହଜାରେ ପଏଣ୍ଟର ବୃଦ୍ଧି ଘଟିଛି । ଆଜି ସେନ୍ସେକ୍ସ ୩୫ ହଜାର ୫୧ ପଏଣ୍ଟ ଥିବା ବେଳେ ନିଫ୍ଟି ୧୦ ହଜାର ୭୭୭ ପଏଣ୍ଟରେ ରହିଛି । କୋପରେଟିଭ ଆୟ ଏବଂ ଆର୍ଥିକ ବିକାଶ ଯୋଗୁଁ ବଜାରକୁ ବିପୁଳ ଫାଇଦା ହୋଇଛି । ଫଳରେ କିଛି ଦିନ ମଧ୍ୟରେ ନିବେଶକଙ୍କ ସଂଖ୍ୟା ବୃଦ୍ଧି ପାଇଛି ।  ଏସିଆନ ବଜାରରେ ଭାରତୀୟ ସେୟାର ମାର୍କେଟ ଦୁର୍ବଳ ଥିବା ସତ୍ତ୍ୱେ ଆଇଟି ଏବଂ ଅଟୋ ସେୟାରର ପରିମାଣ ବୃଦ୍ଧି ଯୋଗୁଁ ଏହାର ସିଧା ପ୍ରଭାବ ସେନ୍ସେକ୍ସ ଉପରେ ପଡ଼ିଛି।