ଜିଓ ଆଣିଲା ଏକ୍ସଚେଞ୍ଜ ଅଫର: ଗ୍ରାହକଙ୍କୁ ମିଳିବ ୨୦୧୦ ଟଙ୍କାର ମାଗଣା ଡାଟା

ନୂଆଦିଲ୍ଲୀ: ଜିଓ ବଜାରକୁ ଆଣିଲା ଏକ୍ସଚେଞ୍ଜ ଅଫର। ପୁଣିଥରେ ଟେଲିକମ ଇଣ୍ଡଷ୍ଟ୍ରିରେ ଜିଓ ଚହଳ ସୃଷ୍ଟି କରିବ। ଏହି ଏକ୍ସଚେଞ୍ଜ ଅଫରରେ ପୁରୁଣା ଡାଟା କାର୍ଡ, ଡଙ୍ଗଲ୍‌ କିମ୍ବା ରାଉଟର୍‌ ବଦଳରେ ଜିଓ ଏଫ୍‌ଆଇ 4G ରାଉଟର୍‌ ଗ୍ରାହକଙ୍କୁ ଦିଆଯିବ। ଯାହା ସମସ୍ତ ଜିଓ ଡିଜିଟାଲ ଷ୍ଟୋରରେ ସହଜରେ ମିଳୁଛି।

ଏହି ଅଫରେ ଗ୍ରାହାକଙ୍କୁ  ଜିଓ ଏଫ୍‌ଆଇ 4G ରାଉଟର୍‌ ପାଇଁ ୧୯୯୯ ଟଙ୍କା ଦେବାକୁ ପଡିବ। ତାହାସହ ୪୦୮ଟଙ୍କାର ବେସିକ୍‌ ରିଚାର୍ଜ କରିବାକୁ ପଡିବ।  ଯେଉଁଥିରେ କମ୍ପାନୀ ଗ୍ରାହକଙ୍କୁ ୨୦୧୦ ଟଙ୍କାର 4G ଟାଡା ମାଗଣାରେ ପ୍ରଦାନ କରିବ। ଏହାସହ ସମାନ ଟଙ୍କା ଖର୍ଚ୍ଚ କରି ବିନା ଏକ୍ସଚେଞ୍ଜରେ ଗ୍ରାହକ ମଧ୍ୟ ଜିଓର ନୂଆ ଏଫ୍‌ଆଇ 4G ରାଉଟର୍‌ ନେଇପାରିବେ। କିନ୍ତୁ ସେଥିରେ କମ୍ପାନୀ ଗ୍ରାହକଙ୍କୁ ମାତ୍ର ୧୦୦୫ ଟଙ୍କାର ଡାଟା ପ୍ରଦାନ କରୁଛି।

News and Picture Courtesy- business standard