ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଜମା କରିବା ପାଇଁ ଆଉ ଏକ ମୌକା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବ୍ୟାଙ୍କ, ପୋଷ୍ଟ ଅଫିସ୍‌କୁ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ଆରବିଆଇରେ ଜମା କରିବା ପାଇଁ ଆଉ ଏକ ମୌକା ଦେଇଛନ୍ତି। ଯଦି କୌଣସି ବ୍ୟାଙ୍କ, ଡାକଘରେ ପୁରୁଣା ନୋଟ୍‌ ରହିଛି ତେବେ ୨୦ ଜୁଲାଇ ମଧ୍ୟରେ ଆର୍‌ବିଆଇରେ ଜମା କରିପାରିବେ। ଅର୍ଥ ମନ୍ତ୍ରଣାଳୟ ଆଜି ଏଭଳି ଘୋଷଣା କରିଛି।

ବିଭିନ୍ନ ଜିଲ୍ଲାରୁ ଖବର ଆସିଥିଲା ଯେ କୃଷକମାନଙ୍କୁ ଅର୍ଥ ଦେବାପାଇଁ ବ୍ୟାଙ୍କ ପାଖରେ ପର୍ଯ୍ୟାପ୍ତ ଟଙ୍କା ନ ଥିଲା। ଫଳରେ କେନ୍ଦ୍ର ସରକାର ବ୍ୟାଙ୍କ, ଡାକଘରକୁ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଜମା କରିବା ପାଇଁ ଅନୁମତି ଦେଇଛନ୍ତି। ଏଥିପାଇଁ ୩୦ ଦିନ ସମୟ ଦିଆଯାଇଛି।

ଆମେ ଜଣାଇଦେବାକୁ ଚାହୁଁଛୁ ଯେ ୨୦୧୬ ମଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ବ୍ୟାନ୍‌ କରିଥିଲେ। ଏହାସହ ପୁରୁଣା ନୋଟ୍‌କୁ ୨୦୧୬ ଡିସେମ୍ବର ୩୧ ଭିତରେ ବ୍ୟାଙ୍କରେ ଜମା କରିବା ପାଇଁ ମଧ୍ୟ ସମୟ ଦେଆଯାଇଥିଲା।

Courtesy-news18