ଦିଲ୍ଲୀ ରାଜପଥରେ ଫୁଲ୍‌ ଡ୍ରେସ୍‌ ରିହଲସାଲ

ନୂଆଦିଲ୍ଳୀ: ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆଜି ଦିଲ୍ଲୀ ରାଜପଥରେ ଫୁଲ୍‌ ଡ୍ରେସ୍‌ ରିହଲସାଲ କରାଯାଇଥିଲା। ଏଥିରେ ତିନି ବାହିନୀ ସହ ଅର୍ଦ୍ଧସାମରିକ ବାହିନୀ ପରେଡ୍‌ରେ ଭାଗ ନେଇଥିଲେ। ପରେଡରେ ବିଭିନ୍ନ ଟ୍ୟାଙ୍କ ଏବଂ ପ୍ରଜ୍ଞାପନ ମେଢ଼ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା।

ରିହଲସଲ ବେଳେ ଦିଲ୍ଲୀର ମୁଖ୍ୟ ରାସ୍ତାଗୁଡ଼ିକରେ ଯାତାୟତରେ ଅସୁବିଧା ସୃଷ୍ଟି ହୋଇଥିଲା। ଫଳରେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ରାସ୍ତା ଜାମ ପ୍ରାୟ ଦ୍ୱିପହର ପର୍ଯ୍ୟନ୍ତ ରହିଥିଲା। ଏହା ସହ ଦିଲ୍ଲୀ ବିମାନ ବନ୍ଦରକୁ ରାସ୍ତା ମଧ୍ୟ ଦୀର୍ଘ ଦୁଇ ଘଣ୍ଟା ଧରି ବନ୍ଦ ରହିଥିଲା।