ଏଥର ମିଠା ଖୁଆଇଲାନି ବିଏସ୍‌ଏଫ୍‌

ନୂଆଦିଲ୍ଲୀ: ସବୁଥର ପରି ଏଥର ଭାରତ ପଡୋଶୀ ପାକିସ୍ଥାନକୁ ମିଠା ଖୁଆଇବନି ବୋଲି ସ୍ଥିର ହୋଇଛି। ସୀମାରେ ମୁତୟନ ହୋଇଥିବା ବିଏସ୍‌ଏଫ୍‌ ଜବାନ୍‌ଙ୍କ ପକ୍ଷରୁ ଏହି ମିଠା ଜାତୀୟ ଦିବସ ପାଳନ ଅବସରରେ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ବେଳେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଅନ୍ୟବର୍ଷ ତୁଳନାରେ ପାକ୍‌ ସେନା ଅଧିକ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। ଫଳରେ ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ତିକ୍ତ ହୋଇଛି। ଯାହାକୁ ନେଇ ଗୁରୁବାର ଦୁଇଦେଶ ମଧ୍ୟରେ ଫ୍ଲାଗ୍‌ ମିଟିଂ ହୋଇଥିଲା। ଏଥିରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ସମ୍ପର୍କରେ ଆଲୋଚନା ହୋଇଥିଲା। ସୂଚନାଯାଗ୍ୟ, ଏହି ସଂଘର୍ଷ ଯୋଗୁ ଭାରତର ୧୬ ନାଗରୀକ ସହୀଦ୍‌ ହୋଇଛନ୍ତି। ଏହି ତିକ୍ତତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମିଠା ବଣ୍ଟନ ହେବନି ବୋଲି ସ୍ଥିର ହୋଇଥିବା ବିଏସ୍‌ଏଫ୍‌ ପକ୍ଷରୁ ଜଣେ ଅଧିକାରୀ କହିଛନ୍ତି।