ପୁଣି ଜମ୍ମୁର ୫ ଜିଲ୍ଲାରେ ବନ୍ଦ ହେଲା ମୋବାଇଲ୍-ଇଣ୍ଟରନେଟ୍ ସେବା

ଶ୍ରୀନଗର: ଜମ୍ମର ୫ ଜିଲ୍ଲାରେ ପୁଣି ଥରେ ମୋବାଇଲ-ଇଣ୍ଟରନେଟ୍ ସେବା ଉପରେ ରୋକ୍ ଲଗାଇଛି ପ୍ରଶାସନ। ତେବେ ଏହା ପଛର କାରଣ କଣ, ତାହା ଜଣାପଡ଼ିନାହିଁ। ତେବେ ଗତକାଲି ସକାଳେ ହିଁ ଜମ୍ମୁ କଶ୍ମୀରର ୧୦୦ଟି ଟେଲିଫୋନ୍ ଏକ୍ସଚେଞ୍ଜରୁ ୧୭ଟି ଏକ୍ସଚେଞ୍ଜକୁ ସକ୍ରିୟ କରାଯାଇଥିଲା।

ଜଣେ ସରକାରୀ ଅଧିକାରୀ କହିଛନ୍ତି ମୋବାଇଲ ଓ ଇଣ୍ଟରନେଟ ସେବା ଗତକାଲି ସକ୍ରିୟ ହେବା ପରେ ସରକାର ସୋଶାଲ ମିଡିଆ ଏବଂ ଲୋକଙ୍କ ଉପରେ ନଜର ରଖିଛନ୍ତି। ଯଦି କେହି ଶାନ୍ତି ଭଙ୍ଗ ପାଇଁ କିମ୍ୱା ଗୁଜବ ସୃଷ୍ଟି କରୁଥିବାର ପ୍ରମାଣ ମିଳିବ ତାହେଲେ ତା ବିରୋଧରେ ନିୟମ ଅନୁୟାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ରାଜୌରୀ ଜିଲ୍ଲାରେ ୧୪୪ ଧାରା ଦିନ ବେଳେ କୋହଳ କରାଯାଇଥିବା ବେଳେ ରାତି ୯ଟାରୁ ସକାଳ ୫ଟା ସମୟରେ ୧୪୪ ଧାରା କଟକଣା ରଖାଯାଇଛି।

ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଛି। ଏହାପରେ ଜମ୍ମୁ କଶ୍ମୀରରେ ସୁରକ୍ଷା କାରଣରୁ ୧୪୪ ଧାରା ଲାଗୁ କରାଯିବା ସହିତ ଫୋନ୍ ଏବଂ ଇଣ୍ଟରନେଟ୍ ସେବା ଉପରେ କଟକଣା ଲଗାଯାଇଛି।