ରେବା କ୍ଷେତ୍ରପାଲ୍ ହେଲେ ଦିଲ୍ଲୀ ଲୋକାୟୁକ୍ତ

ନୂଆଦିଲ୍ଲୀ: ରେବା କ୍ଷେତ୍ରପାଲ୍ ଗୁରୁବାର ଦିଲ୍ଲୀ ଲୋକାୟୁକ୍ତ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ଆୟୋଜିତ ଶପଥ ପାଠ ଉତ୍ସବରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ , ସ୍ୱାସ୍ଥ୍ୟମନ୍ତ୍ରୀ, ପରିବହନ ମନ୍ତ୍ରୀ ଓ ବିରୋଧୀ ଦଳ ନେତା ବିଜେନ୍ଦ୍ର ଗୁପ୍ତା ଉପସ୍ଥିତି ଥିଲେ।

ଗତ ଅକ୍ଟୋବର ମାସରେ  ଉପରାଜ୍ୟପାଳ ନଜିବ୍ ଜଙ୍ଗ୍ , ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି, ମୁଖ୍ୟମନ୍ତ୍ରୀ ଏବଂ ବିଜେପି ବିଧାୟକ ବିଜେନ୍ଦ୍ର ଗୁପ୍ତାଙ୍କ ମଧ୍ୟରେ ହୋଇଥିବା ବୈଠକରେ ରେବା କ୍ଷେତ୍ରପାଲଙ୍କ ନାଁ ଉପରେ ସହମତି ପ୍ରକାଶ ପାଇଥିଲା।

ସୂଚନାଯୋଗ୍ୟ, ଗତବର୍ଷ ରେବା କ୍ଷେତ୍ରପାଲ ଦିଲ୍ଲୀ ହାଇକୋର୍ଟରୁ ବିଚାରପତି ଭାବେ ଅବସର ଗ୍ରହଣ କରିଛନ୍ତି। ସେ ୨୩ ନଭେମ୍ୱର ୧୯୫୨ରେ ସିମଲାରେ ଜନ୍ମ ଗ୍ରହଣ କରିଥିଲେ।