ବିଜେପିରେ ସାମିଲ ହେଲେ ଅଭିନେତ୍ରୀ ରିମି ସେନ୍‌

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ରିମି ସେନ୍‌ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ରିମିଙ୍କ ସହ ଭୋଜପୁରୀ ଅଭିନତ୍ରୀ ତଥା ମଡେଲ୍‌ କଶିଶ୍‌ ଖାନ୍‌ ମଧ୍ୟ ବିଜେପିର ହାତ ଧରିଛନ୍ତି।

ଖବର ମୁତାବକ ଖୁବ୍‌ଶୀଘ୍ର ବଲିଉଡ୍‌ ଅଭିନେତା ସନ୍ନି ଦେଓଲ ମଧ୍ୟ ବିଜେପିରେ ଯୋଗ ଦେଇପାରନ୍ତି।

କିଛିଦିନ ତଳେ ଅର୍ଜୁନ୍‌ ରାମପାଲ ଓ ଜ୍ୟାକି ଶ୍ରଫ୍ ବିଜେପିରେ ସାମିଲ ହେବେ ବୋଲି ଆଲୋଚନା ହେଉଥିଲା।