ଆଡ଼ଭାନିଙ୍କୁ ଜେଲ ପଠାଇଥିବା ଜିଲ୍ଲାପାଳ ଆଜି ମୋଦି ଟିମ୍‌ରେ ମନ୍ତ୍ରୀ

ନୂଆଦିଲ୍ଲୀ:କାଲି ଯିଏ ଶତୃ ଆଜି ସିଏ ମିତ୍ର । ରାଜନୀତିରେ ଏହା ସମ୍ଭବ ହୋଇପାରେ ଯଦି ନେତା ସମକକ୍ଷ ହୋଇଥିବେ କିମ୍ବା ବୃତ୍ତି ସମାନ କ୍ଷେତ୍ର ଥବ। ଯଦି ପ୍ରଶାସକରୁ ରାଜନେତା ହୋଇଥିବେ ତେବେ ଏଠି ଶତ୍ରୁ ସହ ମିତ୍ରତା କରିବା ଅତ୍ୟନ୍ତ ଅସହଜ। ତଥାପି ବିଜେପି କ୍ଷେତ୍ରରେ ଏହା ସମ୍ଭବ ହୋଇଛି। ଦିନେ ବିଜେପିର ହର୍ତ୍ତା କର୍ତ୍ତା ଦୈବ ବିଧାତା ଭାବେ ପରିଚିତ ଥିବା ଲାଲ କୃଷ୍ଣ ଆଡ଼ଭାନି ଯେଉଁ ପ୍ରଶାସକ ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲେ ସିଏ ଆଜି ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ। ପ୍ରଶାସକରୁ ରାଜନେତା ହୋଇଥିବା ସେଇ ବ୍ୟକ୍ତି ଜଣକ ହେଉଛନ୍ତି ରାଜ କୁମାର ସିଂହ ଓରଫ ଆର. କେ. ସିଂ। କ୍ୟାବିନେଟ ଅଦଳବଦଳରେ ଗତକାଲି ଯେଉଁ ୯ ଜଣ ମନ୍ତ୍ରୀ ନୂତନ ମନ୍ତ୍ରୀଭାବେ ଶପଥ ନେଇଥିଲେ ସେମାନଙ୍କ ମଧ୍ୟରୁ ଏହି ଆର.କେ. ସିଂ ଅନ୍ୟତମ।

ମୋଦି କ୍ୟାବିନେଟରେ ଆର. କେ.ସିଂହ ରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସାମ୍ପ୍ରଦାୟକି ପ୍ରସଙ୍ଗକୁ କେନ୍ଦ୍ର କରି ଆଡ଼ଭାନିଙ୍କୁ ଗିରଫ କରାଯାଥିଲା। ସେହି ଆଇଏଏସ ଅଫିସର ଆଜି ବିଜେପିର ମନ୍ତ୍ରୀ ହୋଇଛନ୍ତି। କେବଳ ସେତିକି ନୁହଁ ୟୁପିଏ ସରକାର ସମୟରେ ଗୃହ ସଚ୍ଚିବ ଥିବା ବେଳେ ଆରକେ ସିଂହଙ୍କ ଆଉ ଏକ ପଦକ୍ଷେପ ଖୁବ୍‌ ଚର୍ଚ୍ଚିତ ଥିଲ। ଗୃହ ସଚ୍ଚିବ ଥିବା ବେଳେ ଆରକେ ସିଂହ ମହାରାଷ୍ଟ୍ରର ସମଝୋତା ଏକ୍ସପ୍ରେସ ଦୁର୍ଘଟଣା ପଛରେ ହିନ୍ଦୁ ଆତଙ୍କବାଦର କଥା ଉଠିଥିଲା। ଯେଉଁ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ କେତେକ ଆରଏସଏସଙ୍କ କର୍ମୀଙ୍କ ନାମ ଜାରି କରିଥିଲେ ଆର.କେ. ସିଂହ। ୨୦୧୪ରେ ରଜନୀତିରେ ସାମିଲ ହୋଇଥିଲେ ଆର. କେ. ସିଂହ । ଆଉ ବିଜେପିରେ ସାମିଲ ହୋଇଥିଲେ।