ଠାକୁର ଦର୍ଶନ ସାରି ଫେରିଲା ବେଳେ ମହା ଯାତ୍ରା : ଟ୍ରାକ୍ଟର ଓଲଟି ୧୧ ଶ୍ରଦ୍ଧାଳୁ ମୃତ

ଇନ୍ଦୋର: ମଧ୍ୟପ୍ରଦେଶର ନିମୁଚ ଜିଲ୍ଲାରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର ଓଲଟି ୧୧ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୨ ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଏହି ଯାତ୍ରୀମାନେ ପଡ଼ୋଶୀ  ରାଜ୍ୟ ରାସ୍ଥାନର ସନୱାରିଆ ସେଠ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯାଇଥିଲେ। ତେବେ ଦର୍ଶନ ସାରି ଉକ୍ତ ଟ୍ରାକ୍ଟରରେ ଫେରିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା।