ବ୍ୟାଙ୍କରେ ରୋବର୍ଟ କରିବ କାମ

ନୂଆଦିଲ୍ଲୀ: ତାମିଲନାଡ଼ୁର ଜଣେ କମ୍ପ୍ୟୁଟର ଇଂଜିନିଅର ବିଜୟ ଓ ଜଣେ ଡିଜାଇନର ମିଳିତ ଭାବେ ଏପରି ଏକ ରୋବର୍ଟ ତିଆରି କରିଛନ୍ତି ଯାହା ବ୍ୟାଙ୍କ କାମରେ ସାଧାରଣ ଲୋକମାନଙ୍କୁ ଖୁବ୍‌ ସାହାଯ୍ୟ କରିବ।

ଇଂଜିନିଅର ବିଜୟଙ୍କ କହିବାନୁଯାୟୀ ଏହି ରୋବର୍ଟ ୧୫ଟି ଭାଷାକୁ ବୁଝିପାରୁଥିବା ବେଳେ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ଠାରୁ ଆରମ୍ଭ କରି ପୁରୁଣା ଆକାଉଣ୍ଟ ସହ ଜଡ଼ିତ ସମସ୍ତ ପ୍ରକାର ପ୍ରଶ୍ନର ଉତ୍ତର ଦେଇପାରିବ।

ବିମୁଦ୍ରାକରଣ ପରେ ବ୍ୟାଙ୍କରେ ଲାଗି ରହୁଥିବା ଭିଡ଼କୁ ଦୃଷ୍ଟି ଆଗରେ ରଖି ଏପରି ଏକ ନିଆରା ରୋବର୍ଟ ବନାଇବାରେ ସଫଳ ହୋଇଥିବା କଥା କହିଛନ୍ତି ଇଂଜିନିଅର ବିଜୟ।