ରକ୍‌ଷ୍ଟାର ବାବା: ଡେରାରେ ‘ବିଗ୍ ବସ୍’ ଶୋ ହୋଷ୍ଟ କରୁଥିଲେ ରାମ ରହିମ୍

ଚଣ୍ଡିଗଡ଼: ଦୁଇ ଜଣ ମହିଳା ଅନୁଗାମୀଙ୍କୁ ଦୁଷ୍କର୍ମ ମାମଲାରେ ଏବେ ଜେଲ୍‌ରେ ସଜ୍ଜା କାଟୁଛନ୍ତି ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ୍‌ ରାମ ରହିମ। ତେବେ ସେ ଜେଲ୍‌ରେ ଥିଲେ ବି ତାଙ୍କ କଳାକାରନାମାର ଗୋଟିଏ ପରେ ଗୋଟିଏ ଗୁମର ଫିଟିବାର ଲାଗିଛି। ସେ ନିଜକୁ ଜଣେ ରକ୍‌ଷ୍ଟାର ବୋଲି ଭାବୁଥିଲେ। ସେ ତାଙ୍କ ସିର୍ସା  ସ୍ଥିତ ଡେରା ଆଶ୍ରମ ଭିତରେ ‘ବିଗ୍‌ ବସ୍‌’ ଶୋ କରୁଥିଲେ। ଆଉ ଏହି ଶୋର ହୋଷ୍ଟ ମଧ୍ୟ ସେ ନିଜେ କରୁଥିଲେ। ଶୋ’ ହୋଷ୍ଟ କରିବା ସମୟରେ ନିଜକୁ ସଲମାନ୍‌ଙ୍କଠାରୁ କମ୍ ବୋଲି ଭାବୁ ନ ଥିଲେ ରାମ ରହିମ୍। ନିଜ ଇସାରାରେ ପ୍ରତିଯୋଗୀଙ୍କୁ ଘର ଭିତରକୁ ଓ ବାହାରକୁ ପଠାଉଥିଲେ। ରାମରହିମଙ୍କ ଏହି ଗୁମର ଫିଟାଇଛନ୍ତି ତାଙ୍କ ପୁରୁଣା ଅନୁଗାମୀ  ଗୁରୁଦାସ ଦୁର।

Gurmeet Ram Rahim’s daughterରାମ ରହିମଙ୍କ ‘ବିଗ୍‌ ବସ୍‌’ କାର୍ଯ୍ୟକ୍ରମରେ ହନିପ୍ରୀତ ମଧ୍ୟ ଅଂଶ ଗ୍ରହଣ କରିଥିଲେ। ତେବେ ହନିପ୍ରୀତଙ୍କ ଠାରୁ ସେ ବେଶୀ ଦିନ ଦୂରେଇ ରହୁ ପାରୁ ନଥିଲେ। ତେଣୁ ନିଜ ଇଚ୍ଛା ଅନୁସାରେ ଘରୁ ବାହାରିବା ପାଇଁ  ହନିପ୍ରୀତଙ୍କୁ ଆଦେଶ ଦେଉଥିଲା। ବାବାଙ୍କ ଏହି ଶୋରେ ପ୍ରତିଯୋଗୀମାନେ ଏକ ମାସ ପର୍ଯ୍ୟନ୍ତ ଭିତରେ ରହୁଥିଲେ। ୨୦୦୯ ମସିହାରେ ରାମ ରହିମ ଟିଭିରେ ପ୍ରସାରିତ ରିଏଲିଟି ଶୋ ‘ବିଗ୍‌ ବସ୍‌’ ଘର ପରି ତାଙ୍କ ଶୋ’ର ଘର ନିର୍ମାଣ କରାଇଥିଲେ। ପ୍ରତିଯୋଗୀଙ୍କୁ ମଧ୍ୟ  ନିଜ ଇଚ୍ଛା ଅନୁସାରେ ରାମ ରହିମ ଟାକ୍ସ ଦେଉଥିଲେ। ଏହି ଘରର ଚାରିଆଡେ ସିସିଟିଭି କ୍ୟାମେରା ଲଗାଯାଇଥିଲା। କେବଳ ସେତିକି ନୁହେଁ ସେ ବାଥ୍‌ରୁମ୍‌ରେ ମଧ୍ୟ କ୍ୟାମେରା ଲଗାଇଥିଲା। ହନିପ୍ରୀତଙ୍କ ପୂର୍ବତନ ସ୍ୱାମୀ ବିଶ୍ୱାସ ଗୁପ୍ତା ମଧ୍ୟ ଏହି ଶୋରେ ଜଣେ ପ୍ରତିଯୋଗୀ ହୋଇଥିଲେ।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୨୮ ତାରିଖରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ରାମରହିମ୍‌ଙ୍କୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ। ତା’ ପୂର୍ବରୁ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହା ପରେ ତାଙ୍କ ଅନୁଗାମୀମାନେ ବ୍ୟାପକ ହିଂସାକାଣ୍ଡ ଘଟାଇଥିଲେ। ସେମାନେ ବ୍ୟାପକମାତ୍ରାରେ ପୋଡ଼ାଜଳା କରିଥିଲେ। ଏହି ହିଂସାକାଣ୍ଡରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୨୦୦ରୁ ଅଧିକ ଆହତ ହୋଇଥିଲେ। ରାମ ରହିମଙ୍କୁ ଦଣ୍ଡାଦେଶ ଘୋଷଣା କରିବା ପରଠାରୁ ହନିପ୍ରୀତ ଫେରାର ଅଛନ୍ତି। ତାଙ୍କୁ ପୋଲିସ୍ ଖୋଜୁଛି। ତାଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍ ମଧ୍ୟ ଜାରି କରାଯାଇଛି। ସେ ରାୟ ଶୁଣାଣି ଦିନ କୋର୍ଟ ପରିସରରୁ ରାମ ରହିମଙ୍କୁ ଫେରାର କରାଇ ନେବାକୁ ଯୋଜନା କରିଥିଲେ ବୋଲି ଅଭଯୋଗ ହୋଇଛି।

ଅଧିକ ପଢ଼ନ୍ତୁ- କଞ୍ଚାଲଙ୍କା ଗୋଟା ୧୦୦୦, ଅମୃତଭଣ୍ଡା ୫୦୦୦: ଡେରା ଆଶ୍ରମରେ ସୁନାଠାରୁ ବି ମୂଲ୍ୟବାନ ପରିବା