ଭୁଶୁଡ଼ି ପଡ଼ିଲା ବ୍ୟାଙ୍କ କୋଠାର ଛାତ

ମୁମ୍ୱାଇ: ମହାରାଷ୍ଟ୍ର ସୋଲାପୁରରେ ଥିବା ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର କୋଠାର ଛାତ ଭୁଶୁଡ଼ି ପଡ଼ିଛି। ଏହାର ଭଗ୍ନାବଶେଷ ତଳେ ପାଖାପାଖି ୨୫ ଜଣ ଫସିଯାଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୮ ଜଣ କୋଠା ବାହାରକୁ ବାହାରି ଆସିଥିବା ସୂଚନା ରହିଛି। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂଚନା ରହିଛି।
ନିକଟରେ ମଧ୍ୟ ମୁମ୍ୱାଇ ଡୋଙ୍ଗରୀରେ ଜୁଲାଇ ୧୭ରେ ୪ ମହଲା କୋଠା ଭୁଶୁଡ଼ି ପଡ଼ିଥିଲା। ଫଳରେ ୧୩ ଜଣ କାନ୍ଥ ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିଲେ।