ୟୁକୋ ବ୍ୟାଙ୍କରେ ୬୨୧ କୋଟି ଟଙ୍କାର ଜାଲିଆତି

ନୂଆଦିଲ୍ଲୀ: ଆଉ ଏକ ବ୍ୟାଙ୍କ୍ ଋଣ ଜାଲିଆତିକୁ ନେଇ ସିବିଆଇର ଧରପଗଡ଼। ୟୁକୋ ବ୍ୟାଙ୍କରେ ୬୨୧ କୋଟି ଟଙ୍କାର ଜାଲିଆତି। ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅରୁଣ କୌଲଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି। ୬୨୧ କୋଟି ଋଣ ଜାଲିଆତି ଯୋଗୁଁ ବ୍ୟାଙ୍କର ୭୩୭ କୋଟିରୁ ଅଧିକ ଟଙ୍କା କ୍ଷତି ହୋଇଥିବା ସିବିଆଇ ଅଭିଯୋଗରେ ଦର୍ଶାଯାଇଛି।

ଏହି ମାମଲାରେ ସିବିଆଇ୧୦ଟି ସ୍ଥାନରେ ଚଢ଼ାଉ କରିଛି। କୌଲଙ୍କ ସହିତ ଏରା ଇଂଜିନିୟରିଂ ଇନ୍ଫ୍ରା ଇଣ୍ଡିଆ ଲିମିଟେଡ୍, ଏହାର ସିଏମ୍‌ଡି, ଦୁଇ ଜଣ CA ଓ ଏକ ଫାଇନାନ୍ସିଆଲ ସଂସ୍ଥା ବିରୋଧରେ ମାମଲା ରୁଜୁ କରାଯାଇଛି।  ଅଭିଯୋଗ ଅନୁସାରେ ଅଭିଯୁକ୍ତମାନେ ୬୨୧ କୋଟି ଟଙ୍କାର ଋଣ ଜାଲିଆତି ପାଇଁ ଷଡ଼ଯନ୍ତ୍ର କରିଥିଲେ। ହେଲେ ଯେଉଁ କାମ ପାଇଁ ଋଣ ନିଆଯାଇଥିଲା, ସେହି କାମରେ ଟଙ୍କା ଖର୍ଚ୍ଚ ହୋଇନଥିଲା।  ଋଣ ମଂଜୁର କରିବାରେ  କୌଲଙ୍କର ହାତ ଥିବା ଓ ଭୁଲ ତଥ୍ୟ ଦେଇ ଋଣ ଆବେଦନ କରିବା ଅଭିଯୋଗ କରାଯାଇଛି।