ସିରିୟା ଆକ୍ରମଣକୁ ସମର୍ଥନ କରୁଛନ୍ତି ଅଧିକାଂଶ ରାଷ୍ଟ୍ର

ନୂଆଦିଲ୍ଲୀ: ସିରିୟା ଆକ୍ରମଣ ବିରୋଧରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଋଷିଆ ଆଣିଥିବା ନିନ୍ଦା ପ୍ରସ୍ତାବ କାଟ୍ ଖାଇଛି। ସିରିୟା ଉପରେ ଆମେରିକା, ବ୍ରିଟେନ ଓ ଫ୍ରାନ୍ସର ମିଳିତ ଆକ୍ରମଣକୁ ନେଇ ସୁରକ୍ଷା ପରିଷଦର ଜରୁରୀ ବୈଠକ ବସିଥିଲା। ଆକ୍ରମଣକୁ ନିନ୍ଦା କରିବା ସହିତ ଏହାକୁ ତୁରନ୍ତ ବନ୍ଦ କରିବା ନେଇ ଏକ ପ୍ରସ୍ତାବ ଆଣିଥିଲା ଋଷିଆ।  ଏହି ପ୍ରସ୍ତାବକୁ କେବଳ ଚୀନ୍‌ ଓ ବଲିଭିଆ ସମର୍ଥନ କରିଥିଲେ।

୮ ଜଣ ସଦସ୍ୟ ଋଷିଆର ପ୍ରସ୍ତାବ ବିରୋଧରେ ଭୋଟ ଦେଇଥିବା ବେଳେ ୪ ଜଣ ସଦସ୍ୟ ଅନୁପସ୍ଥିତ ରହିଥିଲେ। ଏଥିରୁ ଜଣାପଡୁଛି ଯେ, ଆକ୍ରମଣକୁ ଅଧିକାଂଶ ଦେଶ ସମର୍ଥନ କରୁଛନ୍ତି । ସିରିଆ ଦ୍ୱାରା ରାସାୟନିକ ଅସ୍ତ୍ର ପ୍ରୟୋଗ ବିରୋଧରେ ଏହାର ଅସ୍ତ୍ର ଭଣ୍ଡାର ଉପରେ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ମିଳିତ ଆକ୍ରମଣ କରିଥିଲେ । ଏହାକୁ ନେଇ ଆମେରିକା ଓ ଋଷିଆ ମୁହାଁମୁହିଁ ହୋଇଛନ୍ତି।