ଖେଳରେ ଖେଳରେ  ପ୍ରେମିକଙ୍କ ଯୌନାଙ୍ଗ କାଟିଦେଲେ

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): ଅନ୍ଧାର କୋଠରୀରେ ଚାଲିଥିଲା ପ୍ରେମର ଖେଳ। ଆଉ ଖେଳରେ ଖେଳରେ ଜୀବନ ନେଇଗଲେ ପ୍ରେମିକା। କାକୁଡି କଟା ଛୁରୀରେ କାଟି ପକାଇଲେ ପ୍ରିୟତମଙ୍କ ମୁଣ୍ଡ ଆଉ ଯୌନାଙ୍ଗ, ଗାଲ ଆଉ ଆଙ୍ଗୁଠି। ପ୍ରେମିକ ଦେହର କେତେକ ଅଂଶ ଯାହା ତାଙ୍କ ଭଲ ଲାଗୁଥିଲା, ତାକୁ ସବୁ ସାଇତି ରଖିଲା ନିଜ ପାଖରେ। ଆଉ ଯାହା ଭଲ ଲାଗିଲାନି ତାକୁ ଫିଙ୍ଗିଦେଲେ ବାହାରେ। ପାଖରେ ସାଇତି ରହିଥିବା କେତେକ ଅଙ୍ଗ  ଫ୍ରିଜ୍‌ର ରହିଥିଲା ତ ଆଉ କେତେକ ଲୁଗାଶୁଖିବା କ୍ଲିପ୍‌ରେ ଟଙ୍ଗା ହୋଇ ରହିଥିଲା ଘର ଭିତରେ।

ଆପଣ ଏ କଥାଟି ପଢି ମୁଣ୍ଡରେ ହାତ ଦେବେଣି। ଭାବୁଥିବେ କି ଜଘନ୍ୟ ପ୍ରେମିକାର କଥା ଆମେ କହୁଛୁ। ବାସ୍ତବରେ ସତେର ଏ ପ୍ରେମିକା ଜଣକ ଜଘନ୍ୟ କାଣ୍ଡ କରିଛନ୍ତି । ଅବଶ୍ୟ ଆମ ଦେଶରେ ଏମିତି ପ୍ରେମିକା ବିରଳ। ଆମେ କହୁଛି ଋଷିଆର ଜଣେ ମହିଳାଙ୍କ କଥା। ଯିଏ ଏମିତି ବିବତ୍ସ ଢଙ୍ଗରେ ନିଜ ପ୍ରେମିକଙ୍କୁ ହତ୍ୟା କରିଛନ୍ତି।

୨୧ ବର୍ଷିୟ ଆନାସ୍ତାସିଆ ବନ୍‌ଜୀନା ନିଜ ପ୍ରେମିକ ତଥା ଜଣେ ପୂର୍ବତନ ପୋଲିସ ଅଧିକାରୀ  ଡିମିଟ୍‌ ସିଙ୍କଓୱିଚ୍‌ଙ୍କୁ ହତ୍ୟା କରିଛନ୍ତି। ହତ୍ୟା ପରେ ପ୍ରେମିକଙ୍କ ସେଇ ନିର୍ଜିବ ଅଙ୍ଗସହ କୁଆଡେ ସେ ଖେଳୁଥିଲେ ବୋଲି ଚର୍ଚ୍ଚା ହେଉଛି। ମହିଳା ଜଣକ ଯୌନ ବିକାରଗ୍ରସ୍ତ ଥିଲେ ବୋଲି କୁହାଯାଉଛି। କାରଣ ପୂର୍ବରୁ ସେ ବିବାହିତ ଥିଲେ ଓ ବାହାଘରର ଅଳ୍ପ କିଛିଦିନ ପରେ ତାଙ୍କ ସ୍ୱାମୀ ମରିଯାଇଥି଼ଲେ। ଏହାପରେ ବନ୍‌ଜୀନାଙ୍କ ମାନସିକ ରୋଗ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା। ପରେ ସେ ସେଠାରୁ ମୁକ୍ତ ହୋଇ ସାଧାରଣ ଜୀବନ ବିତାଉଥିଲେ।

ପୋଲିସ ଉକ୍ତ ମହିଳାଙ୍କୁ ଗିରଫ କରିବା ପରେ ଘଟଣା ସାମ୍ନାକୁ ଆସିଛି। କିଛି ଦିନ ହେବ ସେ କୌଣସି ‘ସେକ୍ସ ଗେମ୍‌’ ଖେଳୁଥିଲେ ବୋଲି ମଧ୍ୟ ପୋଲିସ କହିଛି।