ମୋଦିଙ୍କ କ୍ରିକେଟ କୂଟନୀତିକୁ ପ୍ରଶଂସା କଲେ ମାଷ୍ଟର ବ୍ଲାଷ୍ଟର

ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ରିକେଟ କୂଟନୀତିକୁ ପ୍ରଶଂସା କରିଛନ୍ତି। ଗତ ସପ୍ତାହରେ ମାଲଡିଭସ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ମାଲଡିଭସ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସାଲିହଙ୍କୁ ଏକ କ୍ରିକେଟ ବ୍ୟାଟ୍ ଉପହାର ଦେଇଥିଲେ। ଯେଉଁଥିରେ ଚଳିତ ଓ୍ୱାର୍ଲଡ କପରେ ଖେଳୁଥିବା ଭାରତୀୟ ଖେଳାଳିଙ୍କ ଦସ୍ତଖତ ରହିଛି।

ଯାହାର ଜବାବରେ ସଚିନ ତେନ୍ଦୁଲକର ବିଶ୍ୱକପ୍ ବେଳେ ମୋଦିଙ୍କ ଏହି କ୍ରିକେଟ କୂଟନୀତିକୁ ପ୍ରଶଂସା କରିଛନ୍ତି ଟ୍ୱିଟ୍ କରି। ଏବଂ ଆଗାମୀ ଦିନରେ ମାଲଡିଭସ କ୍ରିକେଟ ଜଗତରେ ନିଜର ସ୍ଥାନ ନେବ ବୋଲି ଆଶା ରଖିଛନ୍ତି ସଚିନ ତେନ୍ଦୁଲକର।

ଏବେ ମାଲଡିଭସର କ୍ରିକେଟ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେବାରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସହଯୋଗ କରୁଛି ବୋଲି ଗତ ଗୁରୁବାର ଦିନ ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି। ଏଥିସହ ଆଗାମୀ ଦିନରେ ଭାରତ ମାଲଡିଭସରେ ଏକ କ୍ରିକେଟ ଷ୍ଟାଡିୟମ ନିର୍ମାଣ କରିବ ବୋଲି ବୈଦେଶିକ ସଚିବ ବିଜୟ ଗୋଖଲେ କହିଥିଲେ।