ସେନାକୁ ସାଥ୍‌ ଦେବେ ସାଧୁ :  ପଥରର ଜବାବ ପଥରରେ ଦେବାକୁ ଜିଦ୍‌

କାନପୁର: କଶ୍ମୀର ସେନାଙ୍କୁ ସାଥ୍‌ ଦେବେ ସାଧୁସନ୍ଥ। ସେନା ଉପରେ ହେଉଥିବା ପଥରମାଡ଼ର ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ହଜାରେ ସାଧୁସନ୍ଥ। ସେଥିପାଇଁ ସାଙ୍ଗରେ ଟ୍ରକ୍‌ ଭର୍ତ୍ତି କରି ପଥର ନିଆଯିବ। କାନପୁରର ଜନସେନା ପକ୍ଷରୁ ଏହି  ନିଷ୍ପତ୍ତି ନିଆଯାଇଛି।  ଏହି ସେନା ପକ୍ଷରୁ ପାଖାପାଖି ହଜାରେ ସାଧୁସନ୍ଥ ମେ’ ୭ରେ କଶ୍ମୀର ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।  ଜନସେନାର ପ୍ରତିଷ୍ଠାତା ବାଲୟୋଗୀ ଅରୁଣପୁରୀ ଚୈତନ୍ୟ ମହାରାଜ୍ ଏହି ସୂଚନା ଦେଇଛନ୍ତି।  ସେପଟେ କାନପୁର ପ୍ରଶାସନ ଏହି ଯାତ୍ରାକୁ ବାରଣ କରିଥିଲା ବେଲେ  ପ୍ରଧାନମନ୍ତ୍ରୀଙ୍କୁ  ଅନୁମତି ପାଇଁ ଆବେଦନ କରାଯାଇଥିଲା।

ହେଲେ ପ୍ରଧାନମନ୍ତ୍ରୀ ଏହି ପ୍ରସ୍ତାବରେ ରାଜି ହୋଇ ନାହାନ୍ତି ବୋଲି ଚୈତନ୍ୟ ମହାରାଜ୍  କହିଛନ୍ତି।  ତଥାପି ଆମକୁ କେହି ଅଟକାଇପାରିବେ ନାହିଁ ବୋଲି ସେ କହିଛନ୍ତି। ଯଦିସମୂହ ଯାତ୍ରାରେ କେହି ବାଧା ସୃଷ୍ଟି କରନ୍ତି ତେବେ ଆମେ ଏକା ଏକା ଯାଇ କଶ୍ମୀରରେ ଏକତ୍ର ହେବୁ ବୋଲି ସେ କହିଛନ୍ତି। ରବିବାର କାନପୁରରୁ ଏଥିପାଇଁ ୧୦୦ଟି କାର ଏବଂ ୩ଟି ବସରେ ଯାତ୍ରା କରିବାକୁ କାର୍ଯ୍ୟକ୍ରମ ରହିଛି।  ସେହିପରି ଏକ ଟ୍ରକ୍‌ରେ ପଥର ଲୋଡ଼ କରି ନିଆଯିବ। ଯେଉଁ କ୍ରିଷ୍ଣାଘାଟିରେ ଆମ ଯବାନଙ୍କୁ ପାକ ସେନା ହତ୍ୟା କରିଛନ୍ତି ସେହି ସ୍ଥାନରେ ଆମେ ପହଞ୍ଚିବୁ ବୋଲି ସେ କହିଛନ୍ତି। ସୀମାରେ ଦେଶ ସେବା କରୁଥିବା ଯବାନଙ୍କ ମନବଳ ବୃଦ୍ଧି ପାଇଁ  ଏହି ପଦେକ୍ଷପେ ନିଶ୍ଚିତ ସହାୟତା କରିବ ବୋଲି ସେ କହିଛନ୍ତି।  ସେଠାରେ ଯେଉଁମାନେ ଯବାନଙ୍କୁ ଢେଲାପଥର ଫିଙ୍ଗୁଛନ୍ତି ସେମାନଙ୍କୁ ସମାନ ଧରଣର ଜବାବ ଦିଆଯିବ। ଆବଶ୍ୟକ ପଡ଼ିଲେ ଯବାନଙ୍କ ଆଗରେ ଆମେ ଛାତିପତେଇ ଠିଆ ହେବୁ ବୋଲି ଏହି ସାଧୁସନ୍ଥମାନେ  କହିଛନ୍ତି।