ବାଗ୍‌ଦାଦ୍‌: ବୋମା ବିସ୍ଫୋରଣରେ ୨୨ ମୃତ, ୫୫ ଗୁରୁତର ଆହତ

ବାଗ୍‌ଦାଦ୍‌: ଉତ୍ତର ବାଗ୍‌ଦାଦ୍‌ର ଜନଗହଳିପୂର୍ଣ୍ଣ ସାଦ୍ରେ ମାର୍କେଟରେ ରବିବାର ବିସ୍ଫୋରଣ ଘଟି ୨୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୫ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ବହୁ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି।  ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ରହିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ଜଣେ ସନ୍ଦିଗ୍ଧ ଆତ୍ମଘାତୀ ଏହି କାଣ୍ଡ ଭିଆଇଛି।

ଏହି ବିସ୍ଫୋରଣରେ ନିଜକୁ କେହି ଦାୟୀ କରି ନ ଥିବା ବେଳେ ଆଇଏସ୍ ଏପରି ବିସ୍ଫୋରଣ କରିଥିବା ସରକାରୀ ସୁତ୍ରରୁ ଜଣାପଡିଛି। ବିସ୍ଫୋରଣ ପରେ ଘଟଣାସ୍ଥଳରେ ସେନା ପକ୍ଷରୁ ବ୍ୟାପକ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଛି।