ସାହିନ୍-୩ ବାଲାଷ୍ଟିକ୍ ମିସାଇଲର ସଫଳ ପରୀକ୍ଷଣ

ଇସଲାମବାଦ: ପାକିସ୍ତାନ ଶୁକ୍ରବାର ପରମାଣୁ ଅସ୍ତ୍ର ବହନ କରିପାରୁଥିବା ମଧ୍ୟମ ଦୂରଗାମୀ ବାଲେଷ୍ଟିକ୍ କ୍ଷେପଣାସ୍ତ୍ର ସାହିନ୍-୩ର ସଫଳ ପରୀକ୍ଷଣ କରିଛି।  ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟ ଭେଦ କ୍ଷମତା ୨୭୫୦ କିଲୋମିଟର ରହିଛି। ବିଭିନ୍ନ ଡିଜାଇନ୍ ଓ ଟେକ୍ନିକାଲ୍ ଉନ୍ନତି ଏହି ପରୀକ୍ଷଣର ଉଦ୍ଦେଶ୍ୟ ବୋଲି ଆଇଏସପିଆର ସୂଚନା ଦେଇଛି। ଏହି କ୍ଷେପଣାସ୍ତ୍ରର ଉଭୟ ପରମାଣୁ ବୋମା ସହ ପାରମ୍ପରିକ ଅସ୍ତ୍ରଶସ୍ତ୍ର ବହନ କରିବାର କ୍ଷମତା ରହିଛି।