ସାକ୍ଷୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ  ଡିଏମ୍‌କୁ  ରିପୋର୍ଟ ମାଗିଲେ  ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ପୁଣି ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି ବିଜେପି ସାଂସଦ ସାକ୍ଷୀ ମହାରାଜ। ଗତକାଲି ସାକ୍ଷୀ ମିରଟରେ ଏକ ସଭାରେ  ଦେଇଥିବା ବିବାଦୀୟ ମନ୍ତବ୍ୟକୁ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍‌(ଡିଏମ୍‌)ଙ୍କୁ ନିର୍ବାଚନ ଆୟୋଗ ରିପୋର୍ଟ ମାଗିଛନ୍ତି।

ଗତକାଲି ମିରଟ ଏକ ସଭାରେ ସାକ୍ଷୀ ମହାରାଜ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ,“ଦେଶରେ ବୃଦ୍ଧି ହେଉଥିବା ଜନସଂଖ୍ୟା ପାଇଁ ମୁସଲମାନେମାନେ ଦାୟୀ।  ସେଥିପାଇଁ ହିନ୍ଦୁ ମହିଳାମାନେ ୪ଟି ପିଲା ଜନ୍ମ ଦିଅନ୍ତୁ।”

ଏହା ସହ ସଭାରେ ଅଯୋଧ୍ୟା ରାମ ମନ୍ଦିର ପ୍ରସଙ୍ଗ ଉଠାଇ କହିଥିଲେ,“ଯେଉଁ କଳଙ୍କ ଥିଲା ତାହା ମୁଁ ଦୂର କରି ଦେଇଛି।”