ହିଟ୍ ଆଣ୍ଡ ରନ୍ ମାମଲା: ସଲମାନ ଦୋଷମୁକ୍ତ

ମୁମ୍ବାଇ: ବଲିଉଡ୍ ଷ୍ଟାର୍ ସଲମାନ୍ ଖାନଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ୨୦୦୨ ହିଟ୍ ଏଣ୍ଡ ରନ ମାମଲାରେ ଆଜି ବମ୍ୱେ ହାଇକୋର୍ଟ ସଲମାନଙ୍କୁ ଦୋଷମୁକ୍ତ କରିଛନ୍ତି। ଏଥିସହ ମାମଲାରେ ପୂର୍ବରୁ ମୁମ୍ୱାଇର ସେସନ୍ କୋର୍ଟ ଦେଇଥିବା ୫ବର୍ଷର ଦଣ୍ଡାଦେଶକୁ ଖାରଜ କରି ଦେଇଛନ୍ତି। ପ୍ରତିପକ୍ଷ ଓକିଲ ଦୋଷ ପ୍ରମାଣ କରିବାରେ ବ୍ୟର୍ଥ ହୋଇଥିବା ହାଇକୋର୍ଟ ତାଙ୍କ ରାୟରେ କହିବା ସହ ସଲମାନଙ୍କ ପାସପୋର୍ଟକୁ ଫେରାଇବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଏହି ମାମଲାରେ ମୁମ୍ୱାଇର ସେସନ୍ କୋର୍ଟ ସଲମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୫ ବର୍ଷର ଜେଲ୍ ଦଣ୍ଡାଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ୍ କରି ସଲମାନ୍ ବମ୍ୱେ ହାଇକୋର୍ଟ ଯାଇଥିଲେ। ହାଇକୋର୍ଟ ସଲମାନଙ୍କୁ ଏହି ଆବେଦନର ଶୁଣାଣି ହେବା ପର୍ଯ୍ୟନ୍ତ ଜାମିନ ଦେଇଥିଲେ। ଆଜିର ରାୟ ପ୍ରକାଶ ସମୟରେ ସଲମାନ୍ କୋର୍ଟରେ ଉପସ୍ଥିତ ଥିଲେ।

 ୨୦୦୨ ସେପ୍ଟମ୍ୱରରେ ଘଟିଥିଲା ଏହି ବହୁ ଚର୍ଚ୍ଚିତ ଦୁର୍ଘଟଣା। ରାତିରେ ଫୁଟଫ।ଥରେ ଶୋଇଥିବା ଅବସ୍ଥାରେ କିଛି ଲୋକଙ୍କ ଉପରେ ଚଢ଼ି ଯାଇଥିଲା ସଲମାନଙ୍କ ଲ୍ୟାଣ୍ଡ କ୍ରୁଜର କାର୍। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୪ଜଣ ଆହତ ହୋଇଥିଲେ।

ଚଳିତ ବର୍ଷ ମେ’ ୬ ତାରିଖରେ ସଲମାନଙ୍କୁ ୫ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ମୁମ୍ୱାଇ ସେସନ୍ସ କୋର୍ଟ।