ବିଚାରପତିଙ୍କ ଦରମା ବଢିଲା : ଏଣିକି ସୁପ୍ରିମକୋର୍ଟ ବିଚାପରତି  କେତେ ପାଇବେ ଜାଣନ୍ତୁ  

ନୂଆଦିଲ୍ଲୀ: ବଢିଲା ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତିଙ୍କ ଦରମା । ନୂଆ ଦରମା ଅନୁସାରେ ଏଣିକି ମାସିକ ୨ ଲକ୍ଷ ୮୦ ହଜାର ଟଙ୍କା ଦରମା ପାଇବେ ସୁପ୍ରିମକୋର୍ଟ ବିଚାପରତି । ପୂର୍ବରୁ ତାଙ୍କ ଦରମା ଥିଲା ୧ଲକ୍ଷ ୫୦ ହଜାର।  ସେହିପରି ହାଇକୋର୍ଟ ଜଜ୍‌ ମାସିକ ଦରମା ଅଢ଼େଇ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି ଜଜ୍‌ଙ୍କ ଦରମା ବୃଦ୍ଧି ନେଇ ଆଜି ବିଜ୍ଞପ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର।   ସପ୍ତମ ବେତନ କମିଶନଙ୍କ ସୁପାରିଶ ଲାଗୁ ପରେ ସର୍ବୋଚ୍ଚ କୋର୍ଟ ଓ ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ଦରମା ବୃଦ୍ଧି ପ୍ରସ୍ତାବ ରହିଥିଲା।  ଯାହାକୁ ଆଜି ସରକାରଙ୍କ ଗ୍ରୀନ ସିଗନାଲ ମିଳିଛି । ଜଜ୍‌ଙ୍କ ଦରମା ବୃଦ୍ଧି ନେଇ ଗତ ୪ ତାରିଖରେ ଲୋକସଭାରେ ବିଲ୍ ମଧ୍ୟ ପାସ୍ ହୋଇଥିଲା। ସୁପ୍ରିମକୋର୍ଟର କେନ୍ଦ୍ର ସରକାରଙ୍କ ଅଧିନସ୍ଥ କର୍ମଚାରୀ ପାଇଁ ୨୦୧୬ ଜାନୁୟାରୀ ୧ରୁ ସପ୍ତମବେତନ ଲାଗୁ ହେବା ପରେ ବିଚାରପତି ଦରମା ବୃଦ୍ଧି ନେଇ ବିଚାର କରାଯାଇଥିଲା।

ତେଣୁ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ବିଚାରପତିଙ୍କ ଲାଗି ଉର୍ଦ୍ଦିଷ୍ଟ ଦରମା ଏବଂ ଚାକିରି ପାଇଁ ଥିବା ସର୍ତ୍ତ ବିଲର ସଂଶୋଧନ ପାଇଁ ବିଚାର କରାଯାଇଥିଲା। ଉଲ୍ଲେଖନୀୟ ଯେ, ୨୦୧୬ରେ ତତ୍କାଳୀନ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଟିଏସ ଠାକୁର କେନ୍ଦ୍ର ସରକାରଙ୍କୁ ଚିଠି ଲେଖି  ପ୍ରଶ୍ନ କରିଥିଲେ। ପଚାରିଥିଲେ  ‘କେନ୍ଦ୍ର ସରକାର କ’ଣ ବିଚାରପତି ମାନଙ୍କ ଦରମା ବୃଦ୍ଧି କରିବା ପାଇଁ ଭୁଲିଗଲେ କି ? କୋର୍ଟ କହିଥିଲେ ଯେ, ସପ୍ତମ ବେତନ କମିଶନ ଲାଗୁ ହେବା ପରେ ବିଚାରପତିମାନଙ୍କର ଦରମା ସରକାରୀ ଚାକିରିଆ ମାନଙ୍କ ଠାରୁ ମଧ୍ୟ କମ ହୋଇଯାଇଛି । ସର୍ବୋଚ୍ଚ ନାୟ୍ୟାଳୟର କର୍ମଚାରୀ ଓ ଅଧିକାରୀ ମାନଙ୍କ ପକ୍ଷରୁ ଦାୟର କରାଯାଇଥିବା ଏକ ପିଟିସନର ଶୁଣାଣୀ କରି କୋର୍ଟ କେନ୍ଦ୍ର ସରକାରଙ୍କୁ ଏହି ପ୍ରଶ୍ନ କରିଥିଲେ ।