କୃଷ୍ଣସାର ମୃଗ ଶିକାର ମାମଲା: ଆଜି ସଲମାନଙ୍କ ଭାଗ୍ୟ ନିର୍ଦ୍ଧାରଣ

ମୁମ୍ବାଇ: କୃଷ୍ଣସାର ମୃଗ ଶିକାର ମାମଲାରେ ଆଜି ରାୟ ପ୍ରକାଶ ପାଇପାରେ। ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ବିରୋଧରେ ଥିବା ମାମଲାରେ ଯୋଧପୁର କୋର୍ଟରେ ରାୟ ପ୍ରକାଶ ପାଇବ। ଏହାସହ ମାମଲାରେ ଅଭିନେତା ସୈଫ ଅଲ୍ଲି ଖାନ୍, ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ ଏବଂ ତବୁ ମଧ୍ୟ ସଂପୃକ୍ତ ଅଭିଯୋଗ ଥିବାରୁ ସେନେଇ ରାୟ ପ୍ରକାଶ ପାଇବ। ଏନେଇ ଗତକାଲି ସମସ୍ତେ ଯୋଧପୁରରେ ପହଞ୍ଚିଥିଲେ। ମାମଲାରେ ଶେଷ ଏବଂ ଚୂଡ଼ାନ୍ତ ରାୟ ଆଜି କୋର୍ଟ ପ୍ରକାଶ କରିପାରନ୍ତି।

୧୯୯୮ ମସିହା ଅକ୍ଟୋବର ୨ ତାରିଖରେ ଯୋଧପୁରରେ କୃଷ୍ଣସାର ମୃଗ ଶିକାର ହୋଇଥିଲା। ଯେଉଁଥିରେ ଏ ସମସ୍ତ କଳାକାରଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇ ମାମଲା ରୁଜୁ ହୋଇଥିଲା। ସଲମାନଙ୍କ ସମେତ ଅନ୍ୟ ତିନି ଜଣ ଏକ ହିନ୍ଦୀ ଫିଲ୍ମର ସୁଟିଂ ବେଳେ କୃଷ୍ଣସାର ମୃଗ ଶିକାର କରିଥିବା ନେଇ ଅଭିଯୋଗ ହୋଇଥିଲା।