ସଲମାନଙ୍କ ‘ହିଟ୍ ଏଣ୍ଡ୍ ରନ୍’ ମାମଲା: ୩୦ରେ ବମ୍ବେ ହାଇକୋର୍ଟରେ ଶେଷ ଶୁଣାଣି  

ମୁମ୍ବାଇ: ଜୁଲାଇ ୩୦ ତାରିଖରେ ବମ୍ବେ ହାଇକୋର୍ଟ ସଲମାନ ଖାଁଙ୍କ ‘ହିଟ୍ ଏଣ୍ଡ୍ ରନ୍’ ମାମଲାର ଶେଷ ଶୁଣାଣି କରିବେ। ମେ’୮ ତାରିଖରେ କୋର୍ଟ ସଲମାନଙ୍କୁ ଏହି ମାମଲାରେ ଜାମିନ୍ ଦେବା ପରେ ଶେଷ ଶୁଣାଣି ପାଇଁ ବାରମ୍ବାର ତାରିଖ ବଦଳି ସାରିଛି। କିନ୍ତୁ ଜିଲାଇ ୩୦ରେ କୋର୍ଟ ନିଶ୍ଚିତ ଭାବେ ଏହା ଅନ୍ତିମ ଶୁଣାଣି କରିବେ ବୋଲି ଜଣାପଡ଼ିଛି।

୨୦୦୨ ‘ହିଟ୍ ଏଣ୍ଡ୍ ରନ୍’ ମାମଲାରେ ଚଳିତ ବର୍ଷ ମେ’ ୬ ତାରିଖରେ ସଲମାନଙ୍କୁ ସଜା ଶୁଣାଯାଇଥିଲା। ୧୩ ବର୍ଷ ପରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ସଜା ଶୁଣାଇଥିଲେ। କିନ୍ତୁ ମେ’ ୮ ତାରିଖରେ ବମ୍ବେ ହାଇକୋର୍ଟ ସଲମାନଙ୍କୁ ଜାମିନ ମିଳି ଯାଇଥିଲା।