ସମାଜବାଦୀ ପାର୍ଟିର ବରିଷ୍ଠ ନେତାଙ୍କ ବିରୋଧରେ ଗୋହତ୍ୟା ଅଭିଯୋଗ ଆଣିଲେ ଦଳୀୟ ବିଧାୟକ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ବିଧାୟକ ଆବିଦ ରଜା ଆଜି ବଦାନ୍ୟୁରୁ ଜଣେ ଦଳୀୟ ନେତାଙ୍କ ବିରୋଧରେ ଗୋହତ୍ୟା ଅଭିଯୋଗ ଆଣିଛନ୍ତି। 

ସେ କହିଛନ୍ତି, “ମୁଁ ଯାହା ନାଁରେ ଅଭିଯୋଗ ଆଣିଛି ସେ ଦଳର ଜଣେ ବରିଷ୍ଠ ନେତା। ଏହି ନେତାଙ୍କୁ ନେଇ ମୋ ଜୀବନ ପ୍ରତି ବିପଦ ଅଛି। ମୋତେ ହତ୍ୟା କରାଯାଇପାରେ।  ଏବେ ନୁହେଁ ବିଧାନସଭାରେ ମୁଁ  ଏହି ନେତାଙ୍କ ନାମ  ପ୍ରକାଶ କରିବି।”

ବହୁଜନ ସମାଜ ପାର୍ଟି ସୁପ୍ରିମୋ ମୁଲାୟନ ସିଂହ ଯାଦବଙ୍କ ପୁତୁରା ଧର୍ମେନ୍ଦ୍ର ଯାଦବଙ୍କ ବିରୋଧରେ ରଜା ଏହି ଅଭିଯୋଗ ଆଣିଥିବା ଚର୍ଚ୍ଚା ହେଉଛି। ଧର୍ମେନ୍ଦ୍ର ବଦାନ୍ୟୁର ସାଂସଦ ଅଛନ୍ତି।