ଜାରି ହେଲା ସମାଜବାଦୀ ପାର୍ଟିର ନିର୍ବାଚନୀ ଇସ୍ତାହାର

ଲକ୍ଷ୍ନୌ: ଅଖିଳେଶ ଯାଦବ ଆଜି ସମାଜବାଦୀ ପାର୍ଟିର ନିର୍ବାଚନୀ ଇସ୍ତାହାର ଜାରି କରିଛନ୍ତି। ଏହି ନିର୍ବାଚନୀ ଇସ୍ତାହାରରେ ୨୦୧୨ରେ କରିଥିବା ନିର୍ବାଚନୀ ଶପଥ ପୂରା କରିବା ସହ ଆଗାମୀ ନୂଆ ଯୋଜନାର ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଲାୟମ ସିଂ ଯାଦବ ଅନୁପସ୍ଥିତ ଥିଲେ। ମଞ୍ଚରେ ଅଖିଳେଶଙ୍କ ପତ୍ନୀ ଏବଂ ସାଂସଦ ଡିମ୍ପଲ ଯାଦବ ଉପସ୍ଥିତ ଥିଲେ।

ଅଲମ୍ପିକ୍‌ ଖେଳାଳୀମାନଙ୍କ ପାଇଁ କୌଶଳ ବିକାଶ ଯୋଜନା, ଗରିବା ମହିଳାମାନଙ୍କୁ ପ୍ରେସରକୁକର, ଦିନ ମଜୁରୀଆଙ୍କୁ ରିହାତି ମୂଲ୍ୟରେ ମଧ୍ୟାହ୍ନ ଭୋଜନ, ବରିଷ୍ଠ ନାଗରିକଙ୍କ ପାଇଁ ବୃଦ୍ଧାଶ୍ରମ, ପଶୁମାନଙ୍କ ପାଇଁ ୧୦୮ ଆମ୍ବୁଲାନ୍ସର ସୁବିଧା, ଗ୍ରାମାଞ୍ଚଳରେ ଆମ୍ବୁଲାନସ ସହ ପହଞ୍ଚିବେ ଡାକ୍ତର, ଗ୍ରାମାଞ୍ଚଳରେ ୨୪ଘଣ୍ଟା ବିଜୁଳି ସେବା, ଜିଲ୍ଲା ସଦର ମହକୁମାକୁ ୪ ଲେନ୍‌ ରାସ୍ତାରେ ସଂଯୋଗ ଏବଂ ସବୁଜ ସହର ନିର୍ମାଣ ଆଦି ଅଖିଳେଶଙ୍କ ନିର୍ବାଚନୀ ଇସ୍ତାହାରରେ ଜାରି କରାଯାଇଛି।