ମୋଗାଦିଶୁ ହୋଟେଲ ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ଅଲ-ସବାବ

ମୋଗାଦିସୁ: ସୋମାଲିଆ ରାଜଧାନୀର ମୋଗାଦିସୁରେ ହୋଇଥିବା ଏକ ହୋଟେଲ ଆକ୍ରମଣ ପାଇଁ ଅଲ୍‌-କାଏଦା ସଙ୍ଗଠନର ଅଲ-ସବାବ ନିଜକୁ ଦାୟୀ କରିଛି।

ଗତ ଶନିବାର ଏକ କାର ଆସି ସୋମାଲି ସାଂସଦ ନିକଟସ୍ଥ ଦାୟାହ ହୋଟେଲ ମୁଖ୍ୟ ଫାଟକ ନିକଟରେ ଛିଡ଼ା ହୋଇଥିଲା। ପରେ ସେଥିରୁ କିଛି ଆତଙ୍କବାଦୀ ବାହାରି ହୋଟେଲର ସୁରକ୍ଷା କର୍ମୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀମାନେ ପାଲଟା ଗୁଳି ଚଳାଇବାରୁ ଆତଙ୍କୀମାନେ ହୋଟେଲର ମୁଖ୍ୟ ବିଲଡିଂକୁ ଯାଇପାରି ନଥିଲେ। ସୁରକ୍ଷା କର୍ମୀଙ୍କ ଗୁଳିରେ ଆତଙ୍କୀଙ୍କ ମୃତ୍ୟୁ ଘଟିଥିଲା। କିଛି ସମୟ ପରେ ହୋଟେଲ ନିକଟସ୍ଥରେ ବିସ୍ଫୋରଣ ହେବାରୁ ୨୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଥିଲେ।