ଓଏନ୍‌ଜିସି ବୋର୍ଡରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ରଙ୍କୁ ନିଯୁକ୍ତି

ନୂଆଦିଲ୍ଲୀ:  ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ରଙ୍କୁ ତୈଳ ଓ ପ୍ରାକୃତିକ ଗ୍ୟାସ ନିଗମ ଲିମିଟେଡ୍‌ (ONGC) ବୋର୍ଡର ନନ୍‌-ଅଫିସିଆଲ୍ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ମନ୍ତ୍ରିମଣ୍ଡଳର ନିଯୁକ୍ତି ସମିତି  ସମ୍ୱିତଙ୍କୁ ୩ ବର୍ଷ ପାଇଁ ଏହି  ନିଯୁକ୍ତି ଦେଇଛନ୍ତି। କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଏହା ପୂର୍ବରୁ ଆହୁରି ଅନେକ ବିଜେପି ନେତାଙ୍କୁ ବିଭିନ୍ନ ବୋର୍ଡରେ ନିଯୁକ୍ତି ଦିଆଯାଇଛି। ସଇଦ ଜଫର ଇସ୍‌ଲାମଙ୍କୁ ଗତ ମେ’ ମାସରେ ଏୟାର ଇଣ୍ଡିଆରେ ନନ୍‌-ଅଫିସିଆଲ୍ ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିଲା। ୨୦୧୪ ଏପ୍ରିଲ ୫ ତାରିଖରେ ସେ ବିଜେପିରେ ସାମିଲ ହୋଇଥିଲେ।

ଆମ୍ ଆମ୍‌ ପାର୍ଟିର ପୂର୍ବତନ ନେତା ଶାଜିୟା ଇଲ୍‌ମୀଙ୍କୁ ଗତ ଜାନୁଆରୀରେ ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ୍‌ରେ ଜଣେ ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିଲା। ଏବେ ସେ ଦିଲ୍ଲୀ ବିଜେପିର ଉପାଧ୍ୟକ୍ଷ ଅଛନ୍ତି।