ସଂସ୍କୃତରେ ଫେସବୁକ୍ ଓ ଟ୍ୱିଟର ପେଜ୍ ଖୋଲିଲା ଡିଡି ନ୍ୟୁଜ୍

ନୂଆଦିଲ୍ଲୀ: ‌ଆଜି ‘ସଂସ୍କୃତ ଦିବସ’। ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ଦୂରଦର୍ଶନ (ଡିଡି) ନ୍ୟୁଜ୍ ନୂଆ ଫେସବୁକ୍ ଓ ଟ୍ୱିଟର ପେଜ୍ ଖୋଲିଛି। ଏହି ପେଜର ନିଆରାପଣ ହେଉଛି ଯେ ଏହାକୁ ସଂସ୍କୃତ ଭାଷାରେ ପରିଚାଳନା କରାଯିବ। ଅର୍ଥାତ ଏହି ଦୁଇଟି ସୋସିଆଲ୍ ମିଡିଆ ଜରିଆରେ ଡିଡି ଯେଉଁ ସବୁ ସୂଚନା ଦେବ ତାହା ସଂସ୍କୃତ ଭାଷାରେ ଲେଖାଯିବ।