ସପା ଓ ବାସପା ଉଭୟ ଉଭୟଙ୍କର ଶତ୍ରୁ: ମୋଦି

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପରେ ଏବେ ଚତୁର୍ଥ ପର୍ଯ୍ୟାୟ ପାଇଁ ଜୋରଦାର ପ୍ରଚାର ଆରମ୍ଭ ହୋଇଯାଇଛି। ଆଜି ଉତ୍ତରପ୍ରଦେଶ ଝାନ୍‌ସିର ଓରେଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଲି ସମ୍ବୋଧିତ କଲା ବେଳେ କହିଛନ୍ତି,“ଯୁପିର ବୁନ୍ଦେଲଖଣ୍ଡ ସବୁଠାରୁ ଖରାପ ଅବସ୍ଥାରେ ଅଛି। କିନ୍ତୁ ବିଜେପି ବୁନ୍ଦେଲଖଣ୍ଡର ଅବସ୍ଥା ସୁଧାରିବ।”

ସେ ଆହୁରି କହିଛନ୍ତି,“ସପା ଓ ବାସପା ଦୁଇଜଣ ଦୁଇଜଣଙ୍କର ଶତ୍ରୁ। କିନ୍ତୁ ବିମୁଦ୍ରାକରଣକୁ ବିରୋଧ କରିବାକୁ ଯାଇ ସପା,ବାସପାଓ କଂଗ୍ରେସ ଏକା ସାଙ୍ଗରେ ମିଶିଯାଇଛନ୍ତି।”

ମୋଦି କହିଛନ୍ତି,“ବିମୁଦ୍ରାକରଣ ପରେ ବହୁଜନ ସମାଜପାର୍ଟି ଅଧିକ ଟଙ୍କା ଜମା କରିଥିଲା।”