ସପା ଓ କଂଗ୍ରେସ ଦୁଇଟି ଦୁର୍ନୀତଗ୍ରସ୍ତ ପରିବାରର ମେଣ୍ଟ: ଅମିତ ଶାହା

ଗୋରଖପୁର: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ଗୋରଖପୁରର ଏକ ସାମ୍ବାଦିକ ସମ୍ମିଳନୀରେ  ସମାଜବାଦୀ ପାର୍ଟି ଓ କଂଗ୍ରେସର ମେଣ୍ଟକୁ ନେଇ  ବର୍ଷିଛନ୍ତି।

ସେ କହିଛନ୍ତି,“ସମାଜବାଦୀ ପାର୍ଟି ଜୀବନ ସାରା କଂଗ୍ରେସକୁ ବିରୋଧ କରି ଆସୁଛି। କିନ୍ତୁ ଏବେ କଂଗ୍ରେସ ସହିତ ମେଣ୍ଟ କରିଦେଲା। ଏହି ମେଣ୍ଟରୁ ସ୍ପଷ୍ଟ ହେଉଛି ଯେ, ଅଖିଳେଶ ଯାଦବ ନିଜର ପରାଜୟ ସ୍ୱୀକାର କରିଛନ୍ତି।”

ସେ ଆହୁରି କହିଛନ୍ତି, “ଏହି ମେଣ୍ଟ ଦୁଇଟି ଦୁର୍ନୀତି ଗ୍ରସ୍ତ ପରିବାର ମଧ୍ୟରେ ହୋଇଛି। ବିଜେପି ୟୁପିରେ ବହୁମତ ସରକାର  କରିବ।”

ସପାକୁ ଟାର୍ଗେଟ କରି ଅମିତ କହିଛନ୍ତି,“ଯୁପିରେ ମହିଳା ସୁରକ୍ଷିତ ନୁହନ୍ତି। ରାଜ୍ୟରେ ଆଇନ କାନୁନ ଅତ୍ୟନ୍ତ ଚିନ୍ତଜନକ ସ୍ଥିତିରେ ଅଛି।”