ପତ୍ନୀଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଆଗୁଆ ଜାମିନ୍‌ ପାଇଲେ ଶଶି

ନୂଆଦିଲ୍ଲୀ: ପତ୍ନୀ ସୁନନ୍ଦା ପୁଷ୍କରଙ୍କ ରହସ୍ୟମୟ ମୃତ୍ୟୁ ମାମଲାରେ ସ୍ୱାମୀ ଶଶି ଥରୁର୍‌ଙ୍କୁ ମିଳିଲା ଆଗୁଆ ଜାମିନ୍‌। ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ଏହି ଜାମିନ ମଞ୍ଜୁର କରିଛନ୍ତି। ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଶଶିଙ୍କୁ ଏହି ଜାମିନ୍‌ ମିଳିଛି।  ତେବେ ଏନେଇ କୋର୍ଟ ସର୍ତ୍ତ ମଧ୍ୟ ରଖିଛନ୍ତି। ସୁନନ୍ଦା ପୁଷ୍କର ମାମଲାରେ ସେ କୌଣସି ପ୍ରମାଣକୁ ପ୍ରଭାବିତ କିମ୍ବା  ଅଦାଲତଙ୍କ ବିନା ଅନୁମତିରେ ସେ ଦେଶ ଛାଡ଼ି ଯାଇ ପାରିବେ ନାହିଁ । ଗତକାଲି ଦିଲ୍ଲୀ ହାଇକୋର୍ଟ ଜାମିନ ଆଦେଶକୁ ସଂରକ୍ଷିତ ରଖିଥିଲେ।

ଏହି ମାମଲାରେ ପୁଲିସ ୩୦୦୦ ପୃଷ୍ଠାସମ୍ବଳିତ ଏକ ଚାର୍ଜସିଟ୍‌ ଦାଖଲ କରିଛି। ପୂର୍ବରୁ ମାମଲାର ତଦନ୍ତ କରୁଥିବା ସିବିଆଇ୍ ଶଶିଙ୍କୁ ଅଭିଯୁକ୍ତ ଭାବେ ସମନ୍ କରିଥିଲା। ସୁନନ୍ଦାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ନେଇ ଶଶିଙ୍କୁ ଅଭିଯୁକ୍ତ ଆକାରରେ ଦର୍ଶାଇଛି ସିବିଆଇ୍। ଏନେଇ ଅଦାଲତ ୫ ଜୁନରେ କୋର୍ଟରେ ହାଜର ହେବାକୁ ଶଶିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ କାର୍ଯ୍ୟ ବ୍ୟସ୍ତତା ଥିବା ହେତୁ ସେ ଜୁଲାଇ ୭ ତାରିଖରେ କୋର୍ଟରେ ହାଜର ହେବା ନେଇ ନିବେଦନ କରିଥିଲେ। ତେବେ ତା’ପୂର୍ବରୁ ମାମଲାରେ ଆଗୁଆ ଜାମିନ୍ ଆବେଦନ କରିଥିଲେ ଶଶି । ୧୭ ଜୁଲାଇ ୨୦୧୪ରେ ଦିଲ୍ଳୀର ପଞ୍ଚ ତାରକା ହୋଟେଲ ରୁମ୍‌ରେ ସୁନନ୍ଦାଙ୍କ ମୃତଦେହକୁ ଠାବ କରାଯାଇଥିଲା।