SBIରେ ବାହାରିଲା ୯୦୦୦ରୁ ଅଧିକ ପଦବୀ: ଜାଣନ୍ତୁ କେମିତି କରିବେ ଆବେଦନ

ବ୍ୟାଙ୍କରେ ଚାକିରି କରିବା ପାଇଁ ପ୍ରସ୍ତୁତ ହେଉଥିବା ପିଲାମାନଙ୍କ ପାଇଁ ଖୁସି ଖବର। ଏସ୍‌ବିଆଇ କ୍ଲର୍କ ପଦବୀ ପାଇଁ ପାଖାପାଖି ୯୬୩୩ ପୋଷ୍ଟ ବାହାରିଛି। ଆବେଦନର ଶେଷ ତାରିଖ ୧୦ ଫେବୃୟାରୀ। ଅଧିକ ତଥ୍ୟ ପାଇଁ ଏସ୍‌ବିଆଇର ଅଫିସିଆଲ୍‌ ୱେବସାଇଟ୍‌ sbi.co.in ଲଗ୍ ଇନ୍‌ କରନ୍ତୁ।

ବୟସ ସୀମା: ପ୍ରାର୍ଥୀଙ୍କୁ ୨୦ରୁ୨୮ ବର୍ଷ ହୋଇଥିବ। ତେବେ ବିଭିନ୍ନ ବର୍ଗ ଅନୁଯାୟୀ ବୟସ ସୀମା କୋହଳ ରଖାଯାଇଛି। ଜାନୁଆରୀ୧,୨୦୧୮ ଆଧାରରେ ବସୟ ହିସାବ କରାଯିବ।

ଯୋଗ୍ୟତା: ଆବେଦନକାରୀ ଯେଉଁ ରାଜ୍ୟ ପାଇଁ ଆବେଦନ କରୁଛନ୍ତି ସେହି ଅଞ୍ଚଳର ଭାଷା ବିଷୟରେ ତାଙ୍କର ଜ୍ଞାନ ଥିବା ଆବଶ୍ୟକ। ସେହି ଭାଷାରେ ସେ କଥାବାର୍ତ୍ତା କରିପାରୁଥିବା ଦରକାର।

ପରୀକ୍ଷା ପ୍ରଣାଳୀ: ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ପ୍ରଥମେ ଆପଣଙ୍କୁ ପ୍ରି-ଟେଷ୍ଟ ଦେବାକୁ ହେବ। ପରୀକ୍ଷାରେ କେଉଁ କେଉଁ ବିଷୟ ଉପରେ ପ୍ରଶ୍ନ ଆସିବ ଓ ଉତ୍ତର ଦେବାର ସମୟ ସୀମା କେତେ ତାହା ତଳ ଫଟୋରେ ଦର୍ଶାଯାଇଛି।