କାଲିଠୁ ବଦଳିବ ଏସ୍‌ବିଆଇର ୩ଟି ନିୟମ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବ। ତେଣୁ କାଲିଠାରୁ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଭାରତରେ ସବୁଠାରୁ ବଡ଼ ବ୍ୟାଙ୍କ ସେବା ଯୋଗାଉଥିବା ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) ମଧ୍ୟ କିଛି ନୂଆ ନିୟମ ଆଣିବାକୁ ଯାଉଛି।

ପୂର୍ବରୁ ଆକାଉଣ୍ଟ ବାଲାନ୍ସ ମେଣ୍ଟନ ନ କରିବା ଦ୍ୱାରା ଅଧିକ ପେନାଲ୍ଟି ଦେବାକୁ ପଡୁଥିଲା। ଏବେ ଏଥିରେ ପରିବର୍ତ୍ତନ କରାଯାଇଛି। ମେଟ୍ରୋ ଓ ସହରାଞ୍ଚଳରେ ଥିବା ୫୦ ଟଙ୍କା ପେନାଲ୍ଟିକୁ କମାଇ ଦିଆଯାଇଛି। ଏଣିକି ୫୦ ବଦଳରେ ୧୫ ଟଙ୍କା ପେନାଲ୍ଟି ଦେବାକୁ ପଡିବ। ଛୋଟ ସହରରେ ୪୦ ଟଙ୍କା ବଦଳରେ ୧୨ ଟଙ୍କା ଦେବାକୁ ପଡ଼ିବ। ସେହିପରି ଗ୍ରାମୀଣ ଅଞ୍ଚଳରେ ୪୦ ଟଙ୍କାରୁ କମାଇ ୧୦ ଟଙ୍କା କରି ଦିଆଯାଇଛି।

ଯଦି ଆପଣଙ୍କ ବ୍ୟାଙ୍କ ଖାତା ମହନଗରରେ ରହିଛି। ତେବେ ଆପଣଙ୍କୁ ୩୦୦୦ ଟଙ୍କାର ଆଭରେଜ୍ ବାଲାନ୍ସ ମେଟନ୍‌ କରିବାକୁ ପଡ଼ିବ। ସହରରାଞ୍ଚଳରେ ୩୦୦୦ ଟଙ୍କା ଆଭରେଜ୍ ବାଲନ୍ସ ରଖିବା ଅନିବାର୍ଯ୍ୟ। ସେହିପରି ଗ୍ରାମୀଣ ଅଞ୍ଚଳରେ ବ୍ୟାଙ୍କ ଖାତାରେ ୧୦୦୦ ଟଙ୍କା ବାଲାନ୍ସ ରଖିବାକୁ ପଡ଼ିବ।

ସୂଚନାଯୋଗ୍ୟ, ଏସ୍‌ବିଆଇ ଅଧୀନକୁ ଆସିଥିବା ଆସୋସିଏଟ୍ ବ୍ୟାଙ୍କ ଓ ମହିଳା ବ୍ୟାଙ୍କ ଚେକ୍‌ବୁକ୍‌ ଆଜି ପରେ ଆଉ କାମ ଦେବନି। ଏହି ସବୁ ବ୍ୟାଙ୍କର ଗ୍ରାହକ ୩୧ ମାର୍ଚ୍ଚରୁ ନୂଆ ଚେକ୍‌ବୁକ୍‌ ପାଇଁ ଆବେଦନ କରିପାରିବେ।

ଯଦି ଆପଣଙ୍କର ହୋମ୍‌ଲୋନ୍‌ ଅଛି ଓ ଏହାକୁ ଆପଣ ଏସ୍‌ବିଆଇକୁ ଟ୍ରାନ୍ସଫର୍ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ପ୍ରସେସିଂ ଫି’ ବାବଦକୁ ୧୦୦ ପ୍ରତିଶତ ଛାଡ ମିଳିବ। ଯଦି ୩୧ ମାର୍ଚ୍ଚ ପୂର୍ବରୁ ଆପଣ ଅନ୍‌ଲାଇନ୍‌ରେ ହୋମ୍‌ଲୋନ୍‌ ପାଇଁ ଆବେଦନ କରିଥିବେ ତେବେ ଆପଣ ମଧ୍ୟ ପ୍ରୋସେସିଂ ଫି’ ବାବଦକୁ ଶତ ପ୍ରତିଶତ ଛାଡ ମିଳିବ।