୫ଟି ନିୟମରେ ପରିବର୍ତ୍ତନ କଲା ଷ୍ଟେଟ୍‌ ବ୍ୟାଙ୍କ

ଚଳିତବର୍ଷ ଆରମ୍ଭରୁ ଷ୍ଟେଟ୍‌ ବ୍ୟାଙ୍କ(SBI) ଏହାର କିଛି ପୁରୁଣା ନିୟମରେ ପରିବର୍ତ୍ତନ ଆଣିଛି। କେବଳ ନିୟମ ପରିବର୍ତ୍ତନ କରିନାହିଁ, କିଛି ନୂଆ ସ୍କିମ ମଧ୍ୟ ଲଞ୍ଚ କରିଛି।  ସେଥିମଧ୍ୟରୁ ଗୋଟେ ସ୍କିମ ହେଉଛି ଷ୍ଟେଟ ବ୍ୟାଙ୍କ ରିୱାର୍ଡ୍‌ଜ୍( state bank rewardz)। ଏହି ସ୍କିମ ମାଧ୍ୟମରେ ଯେତେବେଳେ ଆପଣ ଏସ୍‌ବିଆଇର ପ୍ରଡକ୍ଟ ଏବଂ ସର୍ଭିସ୍‌ଗୁଡିକୁ ବ୍ୟବହାର କରିବେ, ସେ ସମୟରେ ଆପଣଙ୍କୁ ପୁରସ୍କାର ସଦୃଶ୍ୟ କିଛି ‘ରିୱାର୍ଡ ପଏଣ୍ଟ’ ମିଳିବ। ଯାହାକୁ ବ୍ୟବହାର କରି ଆପଣ ଫିଲ୍ମ ଟିକଟ, ବିମାନ ଟିକଟ, ମୋବାଇଲ୍‌ ରିଚାର୍ଜ, ଘରକରଣା ସାମଗ୍ରୀ କିଣି ପାରିବେ। ଏସ୍‌ବିଆଇର ଡେବିଡ୍ କର୍ଡ, ଇଣ୍ଟରନେଟ୍‌ ବ୍ୟାଙ୍କିଂ, ପର୍ସନାଲ ବ୍ୟାଙ୍କିଂ, ଲୋନ୍, ରୁରାଲ ବ୍ୟାଙ୍କିଂ, ଏସ୍‌ଏମ୍ଇ (SME, small and medium enterprises) ଆକାଉଣ୍ଟ ବ୍ୟବହାର କରିବା ଦ୍ୱାରା ମଧ୍ୟ ଆପଣଙ୍କୁ ଏହି  ରିୱାର୍ଡ ମିଳିବ।

www.StateBankRewardz.comକୁ ଯାଇ ଆପଣ ଏହି ସ୍କିମ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ପାଇପାରିବେ। ପଢନ୍ତୁ SBI ଆଉ କେଉଁ ନିୟମରେ ପରିବର୍ତ୍ତନ ଆଣିବେ।

-ଏଥିସହ ଏସ୍‌ବିଆଇରେ କାମ କରୁଥିବା କର୍ମଚାରୀଙ୍କ ପରିବାରର କୌଣସି ସଦସ୍ୟଙ୍କର ମୃତ୍ୟୁ ହୋଇଗଲେ, ସଂମ୍ପୃକ୍ତ କର୍ମଚାରୀଙ୍କୁ ସପ୍ତାହେ ଛୁଟି ମିଳିବ। ଏହି ଛୁଟି ‘ପେଡ୍‌ ଲିଭ୍’ ଭାବେ ଗଣତି ହେବ। ଅର୍ଥାତ ଏହି ସପ୍ତାହେ ଛୁଟିରେ ରହିବା ସତ୍ତ୍ୱେ କର୍ମଚାରୀଙ୍କୁ ବେତନ ମିଳିବ।

-ବ୍ୟାଙ୍କର ଯେଉଁ ଅବସରପ୍ରାପ୍ତ କର୍ମଚାରୀଙ୍କ ମାସିକ ପେନସନ୍ ୨୦ ହଜାର କିମ୍ବା ତା’ଠୁ କମ୍ ଅଛି ସେମାନଙ୍କୁ ‘ମେଡିକ୍ଲେମ ପ୍ରିମିୟମ’ ମିଳିବ। ଅର୍ଥାତ ସଂପୃକ୍ତ କର୍ମଚାରୀଙ୍କୁ ମେଡିକାଲ ସେବାରେ ୭୫ ପ୍ରତିଶତ ରିହାତି ମିଳିବ। ଯେଉଁମାନଙ୍କର ପେନ୍‌ସନ୍‌ ମାସିକ ୨୦ରୁ ୩୦ ହଜାର ଟଙ୍କା ମଧ୍ୟରେ ରହିଛି, ସେମାନଙ୍କୁ ‘ମେଡିକ୍ଲେମ ପ୍ରିମିୟମ’ରେ ୬୦ ପ୍ରତିଶତ ରିହାତି ମିଳିବ।

-୧ ଜାନୁଆରୀରୁ ଏସ୍‌ବିଆଇରେ ସଂଯୋଗ ହୋଇଥିବା ଅନ୍ୟ ବ୍ୟାଙ୍କମାନଙ୍କର ଚେକ୍‌ବୁକ୍‌ ଆକାମୀ ହୋଇଛି। ଏହି ବ୍ୟାଙ୍କର ଚେକ୍‌ବୁକ୍‌ ଏବଂ IFSC କୋଡ୍‌ ୩୧ ଡିସେମ୍ବର ୨୦୧୭ରୁ ଆଉ ଗ୍ରହଣ କରାଯାଉନାହିଁ।

-ଏସ୍‌ବିଆଇ ନିଜର ୧୩୦୦ ଶାଖାର ନାଁ ଏବଂ IFSC କୋଡ୍ ବଦଳାଇଦେଇଛି। ନୂଆ କୋଡ୍ ସମ୍ପର୍କରେ ବ୍ୟାଙ୍କର ୱେବସାଇଟ୍‌କୁ ଯାଇ ଜାଣିହେବ।