ଘର କିଣିବେ କି ?ଏସବିଆଇ  ଆଣିଛି  ନୂଆ ସୁବିଧା

ନୂଆଦିଲ୍ଲୀ:ଆପଣ ଘର କିଣିବା ଯୋଜନାରେ ଅଛନ୍ତି କି? ତେବେ ଆପଣଙ୍କୁ  ପସନ୍ଦ ମୁତାବକ ଘର ଯୋଗାଇ ଦେବ ଏସବିଆଇ। ଏନେଇ ଏସବିଆଇ ପକ୍ଷରୁ  ‘SBI Realty’  ନାମକ ଏକ ୱେବ ପୋର୍ଟାଲ ଲଞ୍ଚ କରାଯାଇଛି। ଏଥିରେ ଘର  ଏବଂ ସ୍ଥାନ ସମ୍ପର୍କିତ ସମସ୍ତ ତଥ୍ୟ ରହିବ। ଦେଶର ଆପ୍ରୋଭ ହୋଇଥିବା ୩୦୦୦ ପ୍ରୋଜେକ୍ଟ ମଧ୍ୟରେ ଏହି ସୁବିଧା ଯୋଗାଇ ଦିଆଯିବ। ଅର୍ଥାତ  ଏହି ୩୦୦୦ ପ୍ରୋଜେକ୍ଟ ମଧ୍ୟରେ ଗ୍ରାହକମାନେ ଆବେଦନ କରିପାରିବେ। ଏହି ସୁବିଧା ଦେଶର ସବୁଠି ଉପଲବ୍ଧ ହେବ। ଏଥିସହ କେଉଁ ଫ୍ଲାଟ ପାଇଁ କେତେ ଋଣ ମଞ୍ଜୁର ହେବ ସେ ସମ୍ପର୍କରେ ସୂଚନା ରହିବ। ଏହି ୱେବସାଇଟରେ ୯.୫ ଲକ୍ଷ ହୋମ ୟୁନିଟ ରହିଛି।