ଦୂର ହେବ ସର୍ବନିମ୍ନ ବାଲାନ୍ସ ଚିନ୍ତା: SBI ଆଣୁଛି ନୀତିରେ ସୁଧାର

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) ସର୍ବନିମ୍ନ ଜମାରାଶି କମାଇବାକୁ ଚିନ୍ତା କରୁଛି। ଏବେ ଜଣେ ସହରାଞ୍ଚଳ ଏସ୍‌ବିଆଇ ଗ୍ରାହକଙ୍କ ପାଇଁ ସର୍ବନିମ୍ନ ଜମାରାଶି ରହିଛି ୩ ହଜାର ଟଙ୍କା ରହିଛି। ଯାହାକୁ କମାଇ ୧୦୦୦ ଟଙ୍କା ରିବାକୁ ଏସ୍‌ବିଆଇ ଚିନ୍ତା କରୁଛି।

ସହରାଞ୍ଚଳରେ ୩ ହଜାର ଓ ଗ୍ରାମାଞ୍ଚଳରେ ହଜାରେ ଟଙ୍କା ରହିଛି ସର୍ବନିମ୍ନ ଜମାରାଶି ନଥିଲେ ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା କାଟିଦେଉଛି ବ୍ୟାଙ୍କ। ଏହିଭଳି ୨୦୧୭ ଏପ୍ରିଲରୁ ନଭେମ୍ବର ଭିତରେ ଏସ୍‌ବିଆଇ ୧୭ଶହ ୭୨ କୋଟି ଟଙ୍କା ଆଦାୟ କରିଛି। ଏବେ ସରକାର ଚାପ ପକାଇବାରୁ ଏସ୍‌ବିଆ ସର୍ବନିମ୍ନ ଜମା ଅର୍ଥ ହଜାରେ ଟଙ୍କା କରିବାକୁ ଯୋଜନା କରୁଛି।

ସେହିପରି ଘରୋଇ ବ୍ୟାଙ୍କ ଏଚ୍‌ଡିଏଫ୍‌ସି, ଆଇସିଆଇସି, ଏକ୍ସିସ୍‌ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କ ପାଇଁ ସର୍ବନିମ୍ନ ଜମାରାଶି ୧୦ ହଜାର ଟଙ୍କା ରଖିଛନ୍ତି। ଫଳରେ ଜଣେ ଗ୍ରାହକକୁ ବର୍ଷ ତମାମ ଏତେ ଅର୍ଥ ଆକାଉଣ୍ଟରେ ରଖିବା କଷ୍ଟ ହେଉଛି। ଏହାକୁ ଆଖି ଆଗରେ ରଖି ଏବଂ ସରକାରଙ୍କ ଚାପରେ ବ୍ୟାଙ୍କ ଗୁଡିକ ସର୍ବନିମ୍ନ ଜମାରାଶି କମାଇବାକୁ ଚିନ୍ତା କରୁଛନ୍ତି।