୧୯୮୪ ଶିଖ୍‌ ଦଙ୍ଗା ମାମଲାର ସ୍ଥିତି ରିପୋର୍ଟ ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ୧୯୮୪ ଶିଖ୍‌ ଦଙ୍ଗାର ସ୍ଥିତିର ରିପୋର୍ଟ ଦେବା ପାଇଁ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଗଦୀଶ ଖେହରଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୨୦ ତାରିଖରେ ହେବ।

ଏହି ମାମଲାରେ ଗତବର୍ଷ ଡିଦେମ୍ବର ୨୧ରେ ଦିଲ୍ଲୀର ଏକ କୋର୍ଟ କଂଗ୍ରେସ ନେତା ନେତା ସଜ୍ଜନ କୁମାରଙ୍କୁ ଆଗୁଆ ଜାମିନ୍‌ ଦେବାସହ ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହିତ ବିନା ଅନୁମତିରେ ଦେଶ ବାହାରକୁ ନ ଯିବାକୁ କହିଥିଲେ।

ସଜ୍ଜନ କୁମାରଙ୍କ ଏହି ମାମଲାକୁ ଦିଲ୍ଲୀ ହାଇକୋର୍ଟ ପଟିଆଲା ହାଉସ କୋର୍ଟକୁ ସ୍ଥାନାନ୍ତର କରିଥିଲେ ଏବଂ ଶୁଣାଣିର ଭିଡିଓ ରେକଡିଂ କରିବାକୁ ନିର୍ଦ୍ଦେଶ ଦେଇଥିଲେ।  ୧୯୮୪ ଶିଖ୍‌ ଦଙ୍ଗା ବେଳେ ସଜ୍ଜନ କୁମାର ଦୁଇ ଶିଖ୍‌ ଶୋହନ୍‌ ସିଂ ଏବଂ ତାଙ୍କ ପୁଅ ଅବତାର ସିଂଙ୍କୁ ମାରିବା ପାଇଁ  ଦଙ୍ଗାକରୀଙ୍କୁ ଉସୁକାଇଥିବା ଅଭିଯୋଗ ରହିଛି।