ପ୍ରଦୂଷଣ ପାଇଁ ୧୫ ଯାଏ ସ୍କୁଲ ବନ୍ଦ

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ମାତ୍ର ବୃଦ୍ଧି ପାଇବାରେ ଲାଗିଥିବାରୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ୟାନେଲ ଆସନ୍ତା ୧୫ ତାରିଖ ଯାଏ ଦିଲ୍ଲୀ ଓ ଏନ୍‌ସିଆରର ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆବଶ୍ୟକ କାମ ନଥିଲେ ଲୋକଙ୍କୁ ବାହାରକୁ ନ ବାହରିବା ପାଇଁ ପ୍ୟାନେଲ ମଧ୍ୟ ପରାମର୍ଶ ଦେଇଛନ୍ତି।

ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟ ହଟ୍‌ ମିକ୍ସ ପ୍ଲାଣ୍ଟ ଓ ପଥର କ୍ରସରକୁ ମଧ୍ୟ ୧୫ ତାରିଖ ଯାଏ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ନଭେମ୍ବର ୪ରେ ସୁପ୍ରିମକୋର୍ଟ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଦିଲ୍ଲୀରେ ସମସ୍ତ ପ୍ରକାରର ନିର୍ମାଣ କାର୍ଯ୍ୟ ଉପରେ ରୋକ ଲଗାଇଥିଲେ। ନଭେମ୍ବର ୧୫ ଯାଏ କୋଇଲା ଓ ଅନ୍ୟ ତେଲରେ ଚାଲିଥିବା ଶିଳ୍ପ କାରଖାନାର କାର୍ଯ୍ୟ ଉପରେ ମଧ୍ୟ ନଭେମ୍ବର ୧୫ ଯାଏ ରୋକ ଲାଗିଛି।