ବ୍ରିଜ୍ ତଳକୁ ଖସି ପଡ଼ିଲା ସ୍କୁଲ୍ ବସ୍

ଚଣ୍ଡିଗଡ: ପଞ୍ଜାବର ଜଳନ୍ଧରରେ ଛୋଟ ଛୁଆଙ୍କୁ ନେଇ ଯାଉଥିବା ଏକ ସ୍କୁଲ ବସ୍ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଛି। ବସଟିର ଷ୍ଟିଅରିଂ ଫେଲ୍ ହେବାରୁ ବସଟି ବ୍ରିଜ୍ ତଳକୁ ଖସିପଡ଼ିଥିବା କୁହାଯାଉଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବାର ସୂଚନା ରହିଛି। ଆହତ ସ୍କୁଲ ଛୁଆଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସଟି ଲଭଲି ପ୍ରଫେସନାଲ ବିଶ୍ୱବିଦ୍ୟାଳୟକୁ ଯାଉଥିଲା।

ବସରେ ମୋଟ ୨୦ ଜଣ ଛାତ୍ର ଥିଲେ। ଜଳନ୍ଧର-ଅମ୍ରିତସର ରାସ୍ତାରେ ଥିବା ପିଏପି ଫ୍ଲାଏ ଓଭର ବ୍ରିଜ ଉପରେ ବସଟି ଯାଉଥିଲା। ହଠାତ୍ ବସର ଷ୍ଟିଅରିଂ ଫେଲ୍ ହୋଇଥିଲା। ଏହାପରେ ଭାରସାମ୍ୟ ହରାଇ ବସଟି ତଳକୁ ଖସି ପଡ଼ିଥିଲା। ତଳେ ଯାଇଥିବା ରେଳ ଲାଇନ ନିକଟରେ ବସଟି ଖସି ପଡ଼ିଥିଲା। ପାଖରେ ଥିବା ରେଲଓ୍ୱେ କ୍ରସିଂର କିଛି ଲୋକ ଦୌଡ଼ି ଆସି ସ୍କୁଲ ଛୁଆଙ୍କୁ ଉଦ୍ଧାର କରିଥିଲେ।

ଘଟଣାସ୍ଥଳରେ ରମାଂଡି ଥାନା ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି।