ମାତ୍ର ତିନିପଦ ଲେଖି ରଶି ଲଗାଇ ଦେଲେ ୯ମ ଶ୍ରେଣୀ ଛାତ୍ରୀ: ଜାଣନ୍ତୁ ମୃତ୍ୟୁ ପଛର ରହସ୍ୟ

ନୂଆଦିଲ୍ଲୀ: “ମୁଁ ଅସଫଳ, ମୁଁ ଗୁଙ୍ଗି, ମୁଁ ନିଜକୁ ଘୃଣା କରେ”। ଏହି ତିନି ପଦ କଥା ନିଜ ନୋଟ୍‌ବୁକ୍‌ରେ ଲେଖିବା ପରେ ରଶି ଲାଗାଇ ଆତ୍ମହତ୍ୟା କରିଛନ୍ତି ଜଣେ କୋମଳମତି ଛାତ୍ରୀ। ଘଟଣା ଘଟିଛି ଦିଲ୍ଲୀର ମୟୂରବିହାରରେ। ଦିଲ୍ଲୀର ahlcon ସ୍କୁଲରେ ୯ମ ଶ୍ରେଣୀରେ ପଢ଼ୁଥିବା ଏହି ଛାତ୍ରୀ ଜଣଙ୍କ ଗତ ମଙ୍ଗଳବାର ଆତ୍ମହତ୍ୟା କରିଥିଲେ। ତେବେ ସ୍କୁଲର ଦୁଇଜଣ ଶିକ୍ଷକଙ୍କ ପାଇଁ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି। ଜଣେ ଶିକ୍ଷକ ତାଙ୍କୁ ଅସଦାଚରଣ କରିଥିବା ବେଳେ ଅନ୍ୟଜଣେ ତାଙ୍କୁ ମାନସିକ ନିର୍ଯାତନା ଦେଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ମୃତ ଛାତ୍ରୀଙ୍କ ବାପା ଅଭିଯୋଗ ଆଣିଥିବା ଦୁଇ ଶିକ୍ଷକ ହେଲେ  ସୋସିଆଲ ସାଇନ୍ସ ଶିକ୍ଷକ ରାଜୀବ ସହଗଲ ଏବଂ ବିଜ୍ଞାନ ଶିକ୍ଷକ ନିରଜ ଆନନ୍ଦ। ରାଜୀବ ଅସଦାରଣ କରିଥିବା ଓ ନିରଜ ଧମକାଉଥିବା ମୃତ ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି।

କ’ଣ ଥିଲା ସ୍ୱପ୍ନ

ଯେପରି ସମସ୍ତଙ୍କର କିଛି ସ୍ୱପ୍ନ ଥାଏ। ସେହିପରି ଛାତ୍ରୀଙ୍କ ମନରେ ଥିଲା ଅନେକ ସ୍ୱପ୍ନ। ମରିବା ପୂର୍ବରୁ ନିଜର ସ୍ୱପ୍ନ ଗୁଡ଼ିକ ନୋଟବୁକରେ ଲେଖିଯାଇଛନ୍ତି ଛାତ୍ର ଜଣକ। ମୁଁ ଡାକ୍ତର ହେବାକୁ ଚାହୁଁଛି। ନିଜ ନୋଟରେ ନିଜର ନାମ ସହ ଡାକ୍ତର ଲାଗାଇଛନ୍ତି ଛାତ୍ରୀ।

ମୃତ ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ

ମୃତ ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି ଯେ, “ମୋ ଝିଅକୁ ସ୍କୁଲର ଶିକ୍ଷକମାନେ ଜାଣିଶୁଣି କମ୍‌  ନମ୍ବର ଦେଇ ପରୀକ୍ଷାରେ ଫେଲ୍ କରିଦେଇଥିଲେ। ମୁଁ ଏହି କଥା ସ୍କୁଲର ପ୍ରିନ୍ସପାଲଙ୍କୁ ଜଣାଇଥିଲି, କିନ୍ତୁ କିଛି ଲାଭ ହେଲା ନାହିଁ। ଏହି କାରଣରୁ ସେ ମାନସିକ ସ୍ଥରରେ ଭାଙ୍ଗି ଯାଇଥିଲା। ସ୍କୁଲର ଦୁଇ ଜଣ ଶିକ୍ଷକ ମୋତେ ପରୀକ୍ଷାରେ ପାସ୍‌ କରିବାକୁ ଦେବେ ନାହିଁ ବୋଲି ସେ ମୋତେ କହୁଥିଲା। ଏହି କାରଣରୁ ମୋ ଝିଅ ଆତ୍ମହତ୍ୟା କରିଛି।”

ମୃତ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ହେବା ପରେ ପୋଲିସ୍‌ ଦୁଇ ଜଣ ଶିକ୍ଷକଙ୍କ ସହ ପ୍ରିନ୍ସପାଲଙ୍କ ନାଁରେ ମାମଲା ରୁଜୁ କରିଛି।