ସ୍କୁଲ ପିଲାଙ୍କୁ ପାଠପଢ଼ାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ:  ଗୁରୁଦିବସ ପୂର୍ବରୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆଜି ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ଦେଇଛନ୍ତି। ରାଷ୍ଟ୍ରପତି ଭବନ ପରିସରରେ ଥିବା ସର୍ବୋଦୟ ବିଦ୍ୟାଳୟରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ପ୍ରଣବ। ଏହି ଅବସରରେ ନିଜ ଛାତ୍ର ଜୀବନ ସଂପର୍କରେ ମଧ୍ୟ ପ୍ରଣବ କହିଥିଲେ। ସେ ଜଣେ ଆଭରେଜ୍ ଛାତ୍ର ଥିଲେ ଏବଂ ପ୍ରାୟ ୫କିଲୋମିଟର ରାସ୍ତା ଅତିକ୍ରମ କରି ସ୍କୁଲ ଯାଉଥିଲେ ବୋଲି କହିଛନ୍ତି। ପ୍ରଣବ ଭାରତର ରାଜନୈତିକ ଇତିହାସ ସଂପର୍କରେ ମଧ୍ୟ ନିଜ ଭାଷଣରେ କହିଥିଲେ।