ମାତିଛନ୍ତି ଟମାଟୋ ଚୋର: ଜଗୁଛନ୍ତି ବନ୍ଧୁକଧାରୀ ସୁରକ୍ଷାକର୍ମୀ

ଇନ୍ଦୋର: ଆପଣ ଜାଣିଥିବେ ପରିବା ଦର ଏବେ ଆକାଶ ଛୁଆଁ। ବଜାରକୁ ଯେତେ ଟଙ୍କା ନେଇକି ଗଲେ ବି ପରିବା ବ୍ୟାଗ୍‌ଟା କିନ୍ତୁ ଫୁଲ୍‌ ହେଉନି। ଏହି ପରିବା ମଧ୍ୟରୁ ଟମାଟୋ ଦର କିନ୍ତୁ ନ କହିବା ଭଲ। କେଉଁଠି ୧୦୦ ଟଙ୍କା ତ କେଉଁଠି ୯୦। କିଛି ସ୍ଥାନରେ ୧୦୦ ଟଙ୍କା ଉପରେ ମଧ୍ୟ ଟମାଟୋ ବିକ୍ରି ହେଉଛି।  ହେଲେ ମଧ୍ୟପ୍ରଦେଶ ଇନ୍ଦୋରର ଏକ ସ୍ଥାନରେ ଟମାଟୋର ମୂଲ୍ୟ ଏତେ ଟଙ୍କା ହୋଇଥିବାରୁ ଏହାର ସୁରକ୍ଷା ପାଇଁ ବନ୍ଧୁକଧାରୀ ସୁରକ୍ଷାକର୍ମୀ ଜଗିରହିଛନ୍ତି। କିଛି ଦିନ ପୂର୍ବରୁ ବିଭିନ୍ନ ସ୍ଥାନରେ ଟମାଟୋ ଚୋରି ଘଟଣା ସାମ୍ନାକୁ ଆସିବା ପରେ ଏଠାରେ ବନ୍ଧୁକଧାରୀ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଛି। ଏନେଇ ସ୍ଥାନୀୟ ବ୍ୟବସାୟୀ ମଣ୍ଡି ଅଧିକାରୀଙ୍କୁ ଟମାଟୋର ସୁରକ୍ଷା ଯୋଗାଇଦେବାକୁ ଦାବି କରିବାରୁ ସାରକାରୀ ସୁରକ୍ଷାକର୍ମୀ ଏଠାରେ ନିୟୋଜିତ କରାଯାଇଛି।