ଜେଲ୍‌ରେ ସଲମାନଙ୍କ ସହ ସେଲ୍‌ଫି

ଯୋଧପୁର: କୃଷ୍ଣସାର ମୃଗ ଶିକାର ମାମଲାରେ ୫ ବର୍ଷ ଜେଲ୍ ଦଣ୍ଡାଦେଶ ପାଇଛନ୍ତି ସଲମାନ ଖାନ। ତାଙ୍କୁ ଯୋଧପୁର ସେଣ୍ଟ୍ରାଲ୍ ଜେଲ୍ରେ ରଖାଯାଇଛି। ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଶେଷ ହୋଇଛି। ଆଜି ଏନେଇ କୋର୍ଟ ତାଙ୍କ ନିଷ୍ପତ୍ତି ଜଣାଇବେ।
ତେବେ ଅଭିଯୋଗ ହୋଇଛି ଯେ ଜେଲ୍ ଭିତରେ ସଲମାନ ଖାନଙ୍କ ସହିତ ଅନେକ ବ୍ୟକ୍ତି ସେଲ୍ଫି ନେଉଛନ୍ତି। ଏପରିକି ଜେଲ୍ କର୍ମଚାରୀ ଓ ତାଙ୍କ ପରିବାରର ସଦସ୍ୟମାନେ ବି ସେଲ୍ଫି ନେଉଛନ୍ତି। ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜେଲ୍ କର୍ତ୍ତୃପକ୍ଷ।
ସଲମାନଙ୍କୁ ବାହାର ଖାଦ୍ୟ ଦିଆଯାଉଥିବା ଓ ତାଙ୍କୁ ଭେଟିବାକୁ ବାରମ୍ବାର ଲୋକ ଆସୁଥିବା ଅଭିଯୋଗ ହୋଇଛି।