ସେନା ମୁଖ୍ୟଙ୍କ ଠାରୁ ପ୍ରଶସ୍ତିପତ୍ର ଗ୍ରହଣ କଲେ ଓଡ଼ିଆ ସେନାଧିକାରୀ

ନୂଆଦିଲ୍ଲୀ: ଜାନୁଆରୀ ୧୫ରେ ସେନା ଦିବସ ଅବସରରେ କର୍ଣ୍ଣେଲ ମାନସ କୁମାର ମହାପାତ୍ର ଜେନେରାଲ ଦଲବୀର ସିଂହ ସୁହାଗଙ୍କ ଠାରୁ ଚିଫ୍ ଅଫ୍ ଦ ଆର୍ମି ଷ୍ଟାଫ୍ ୟୁନିଟ୍ ସାଇଟେସନ୍ ଗ୍ରହଣ କରିଛନ୍ତି।

କର୍ଣ୍ଣେଲ ମହାପାତ୍ର ଭୁବନେଶ୍ୱର ସୈନିକ ସ୍କୁଲର  ପୂର୍ବତନ ଛାତ୍ର। ସେ ୧୬ ବର୍ଷ ହେବ ଭାରତୀୟ ସେନାରେ ଅଛନ୍ତି। ସେ ଏବେ ୭ ଜାଠ୍ ରେଜିମେଣ୍ଟର କମାଣ୍ଡିଂ ଅଫିସର ଅଛନ୍ତି। ଏହି ରେଜିମେଣ୍ଟ ଆସାମର ଆତଙ୍କବାଦୀ ପ୍ରଭାବିତ ଅଞ୍ଚଳରେ ମୁତୟନ ଅଛି। କର୍ଣ୍ଣେଲ ମହାପାତ୍ରଙ୍କ ନେତୃତ୍ୱରେ ଆସାମରେ ଅନେକ ଅପରେସନ୍ ସଫଳ ହୋଇଛି। ଏହି ରେଜିମେଣ୍ଟ ଆସାମରେ ଶାନ୍ତିଶୃଙ୍ଗଳା ବଜାୟ ରଖିବାରେ ବେଶ ସହାୟତା କରୁଛି। ଏହି ଅବଦାନ ପାଇଁ ତାଙ୍କ ବାଟାଲିୟନକୁ ଚିଫ୍ ଅଫ୍ ଦ ଆର୍ମି ଷ୍ଟାଫ୍ ୟୁନିଟ୍ ସାଇଟେସନ ପ୍ରଦାନ କରାଯାଇଛି। ଜାନୁଆରୀ ୧୫ରେ ନୂଆଦିଲ୍ଲୀରେ ସେନା ଦିବସ ପ୍ୟାରେଡ୍ ଅବସରରେ କର୍ଣ୍ଣେଲ ମହାପାତ୍ର ସେନା ମୁଖ୍ୟଙ୍କ ଠାରୁ ଏହି ପଶସ୍ତିପତ୍ର ଗ୍ରହଣ କରିଥିଲେ।