ବରିଷ୍ଠ କଂଗ୍ରେସ ନେତାଙ୍କ ଦେହାନ୍ତ

ହାଇଦ୍ରାବାଦ୍‌: ତେଲେଙ୍ଗାନାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ମୁକେଶ ଗୌଡ଼ ଆଉ ନାହାନ୍ତି। ଦୀର୍ଘ ଦିନ ହେଲା କ୍ୟାନସର ରୋଗରେ ପୀଡ଼ିତ ଥିବା ୬୦ ବର୍ଷୀୟ ମୁକେଶ ଆଜି ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି।

ମୁକେଶଙ୍କ ମୃତ୍ୟୁରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଗଭୀର ଶୋକବ୍ୟକ୍ତ କରିଛନ୍ତି। ସେହିପରି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ମଧ୍ୟ ମୁକେଶ ଚିକିତ୍ସିତ ହେଉଥିବା ହାଇଦ୍ରାବାଦ ସ୍ଥିତ ଆପୋଲୋ ହସ୍ପିଟାଲ ଯାଇ ତାଙ୍କର ଶେଷ ଦର୍ଶନ କରିଛନ୍ତି।