ଚଣ୍ଡିଗଡ଼ରେ ବରିଷ୍ଠ ସାମ୍ବାଦିକଙ୍କୁ ହତ୍ୟା

ମୋହାଲି: ତ୍ରିପୁରା ପରେ ଚଣ୍ଡିଗଡ଼ରେ ପୁଣି ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିଲା। ଏପରିକି ମୃତ ସାମ୍ୱାଦିକଙ୍କ ମାଆଙ୍କୁ ମଧ୍ୟ ହତ୍ୟା କରାଯାଇଛି। ସମ୍ପତ୍ତି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି। ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଚଣ୍ଡିଗଡ଼ର ମୋହାଲି ସ୍ଥିତ ବାସଭବନରେ କେ.ଜେ. ସିଂ ବାସ କରନ୍ତି। ଆଜି ସକାଳେ ସିଂହ ଓ ତାଙ୍କ ୯୨ ବର୍ଷୀୟ ମାଆଙ୍କ ମୃତଦେହ ପୋଲିସ ଜବତ କରି ଘଟଣାର ତଦନ୍ତ ଚଳାଇଛି। କେ. ଜେ. ସିଂହ  ପୂର୍ବରୁ ଇଣ୍ଡିଆନ ଏକ୍ସପ୍ରେସ ଖବରକାଗଜରେ ନ୍ୟୁଜ ଏଡିଟର ଭାବେ କାର୍ଯ୍ୟ କରିଥିଲେ।