ବାଂଲାଦେଶ: ସିରିଏଲ ବୋମା ବିସ୍ଫୋରଣ, ୧୦ ଆହତ, ୩ ଗୁରୁତର

ଢାକା: ବାଂଲାଦେଶର ଉତ୍ତାରାଞ୍ଚଳ ଦୀନାପୁର ଜିଲ୍ଲାରେ ଶନିବାର ଏକ ହିନ୍ଦୁ ସମ୍ପ୍ରଦାୟର ମେଳା ଚାଲିଥିବା ବେଳେ ସରିଏଲ ବୋମା ବିସ୍ଫୋରଣ ଘଟିଛି। ଏଥିରେ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି। ସେମାନଙ୍କୁ ନକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ମେଳାରେ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ପୂର୍ବରୁ ମେଳା ନ କରିବାକୁ ସମ୍ପୃକ୍ତ ଧର୍ମଗୁରୁଙ୍କୁ ଧମକ ଦିଆଯାଇଥିଲା। ଏ ନେଇ ଅଭିଯୋଗ ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। କିଏ ଓ କେଉଁ କାରଣୁର ଏହି ବୋମା ବିସ୍ଫୋରଣ ଘଟାଇଛି ତାହାର ତଦନ୍ତ ଚାଲିଛି ବୋଲି କହିଛନ୍ତି ସ୍ଥାନୀୟ ପୋଲିସ ଅଫିସର ଅବଦୁଲ ମାଜୀଦ୍।

ବୋମା ବିସ୍ଫୋରଣରେ ସମ୍ପୃକ୍ତି ଥିବା ଅଭିଯୋଗରେ ପୋଲିସ ୫ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି।